ନ୍ୟୁଜ୍

ଧାନ ମଣ୍ଡି ରେ ଧାନ ବିକ୍ରି ହୋଇ ନପାରିବାରୁ ଚାଷୀଙ୍କ ଆଖିରେ ଲୁହ l

ସତ୍ୟଶିଖା ୧୩/୧୨/୨୦୨୦ :  ବାଲେଶ୍ୱର ଜିଲ୍ଲା, ଖଇରା ବ୍ଲକ, ସାରଡାଙ୍ଗ ଗ୍ରାମ ପଂଚାୟତ, ମିର୍ଜ଼ାପୁର ସେବା ସମବାୟ ସମିତି ରେ ଧାନ ବିକ୍ରି କରିବା ପାଇଁ ଚାଷୀମାନେ୦୨.୧୨.୨୦୨୦ ,୦୬.୧୨.୨୦୨୦ ,୧୧.୧୨.୨୦୨୦ ରେ ଟୋକନ ପାଇଥିଲେ ମଧ୍ୟ ସେବା ସମବାୟ ସମିତି ଧାନ ମଣ୍ଡି ରେ ଧାନ କିଣା ଯାଉନାହିଁ  l ଏ ବାବଦରେ ଚାଷୀମାନେ ସମବାୟ ସମିତି ର ସମ୍ପାଦକ ଙ୍କୁ ପଚାରିବାରୁ, ସେ କହିଲେ ମଇତାପୁର ଜଗନ୍ନାଥ ରାଇସ ମିଲ ଏବଂ ଦେଉଳି ତାରିଣୀ ରାଇସ ମିଲ ସରକାର ଙ୍କ ଚିଠି କୁ ଅମାନ୍ୟ କରି ମଣ୍ଡି କୁ ଧାନ ନେବା ପାଇଁ ଆସୁନାହାନ୍ତି l ଏଣୁ ଚାଷୀ ମାନଙ୍କର ପରିସ୍ଥିତି ଦୟନିୟ ଅବସ୍ଥା ରେ ପହଁଚିଛି l ଏହା ପରେ ସରକାର ଯଦି କିଛି ପଦକ୍ଷେପ ନ ନିଅନ୍ତି, ଚାଷୀ ମାନେ ସମବାୟ ସମିତି ଆଗରେ ଗଣଧାରଣା ଦେବେବୋଲି ଚେତାବନୀ ଦେଇଛନ୍ତି l

 

Show More
Back to top button