ଜୀବନମନ୍ତ୍ରସ୍ୱାସ୍ଥ୍ୟ

ଠିଆ ହୋଇ ଖାଦ୍ୟ ଖାଉଥିଲେ …

ସତ୍ୟଶିଖା( ଭୁବନେଶ୍ୱର )୧୪.୦୩.୨୦୨୨ :  ଅନେକ ସମୟରେ ଲୋକେ ଠିଆ ହୋଇ ଖାଦ୍ୟ ଖାଇଥାଆନ୍ତି। ଏହା ସ୍ୱାସ୍ଥ୍ୟ ପାଇଁ କ୍ଷତିକାର। ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଅନେକ ସମୟରେ ଲୋକେ ଏଭଳି ଅଭ୍ୟାସ ଆପଣାଇ ଥାଆନ୍ତି। ଯାହା ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ସେଭଳି ହିଁ ଏକ ଅଭ୍ୟାସ ହେଉଛି ଠିଆ ହୋଇ ଭୋଜନ କରିବା।
ବିବାହ, ଅନେକ ଉତ୍ସବ, କୌଣସି ଆୟୋଜନରେ ଠିଆ ହୋଇ ଭୋଜନ କରାଯାଉଥିବା ଦେଖାଯାଇଥାଏ। ଜାଣନ୍ତୁ ,ସ୍ୱାସ୍ଥ୍ୟ ଉପରେ ଏହାର କି ପ୍ରଭାବ ପଡିଥାଏ…..
ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ପେଟ ପର୍ଯ୍ୟନ୍ତ ସଠିକ ଭାବେ ଖାଦ୍ୟ ପହଞ୍ଚି ପାରି ନଥାଏ। ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ। ପାଚନ ତନ୍ତ୍ର ଉପରେ କୁପ୍ରଭାବ ପଡିଥାଏ। ଏହାସହ ଗ୍ୟାଷ୍ଟ୍ରିକ,ପେଟ ଫୁଲିବା ଭଳି ସମସ୍ୟା ହୋଇଥାଏ।
ଏପରି ମଧ୍ୟ ଅନେକ ସମୟରେ ଦେଖାଯାଏ , ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ଚୋବାଇ ନଥାଆନ୍ତି। ଏହା ସହ ମୋଟାପଣ ବୃଦ୍ଧି ହେବା ଭଳି ସମସ୍ୟା ମଧ୍ୟ ହୋଇଥାଏ।
ଖାଦ୍ୟ ନଳୀ ଉପରେ ମଧ୍ୟ କୁପ୍ରଭାବ ପଡିଥାଏ।
ଠିଆ ହୋଇ ଖାଦ୍ୟ ଖାଇବା ଦ୍ୱାରା ଖାଦ୍ୟରେ ଥିବା ପୋଷକ ତତ୍ତ୍ୱ ଶରୀରରେ ସଠିକ ଭାବେ ଅବଶୋଷିତ ହୋଇ ପାରେ ନାହିଁ।

Show More
Back to top button