

ସତ୍ୟଶିଖା (ନୂଆଦିଲ୍ଲୀ) ୦୮/୦୧/୨୦୨୧ : କରୋନା ସଂକ୍ରମଣରୁ ରକ୍ଷା ପାଇଁ ଟିକାକରଣ ପ୍ରକ୍ରିୟା ଖୁବ୍ଶୀଘ୍ର ଆରମ୍ଭ ହେବାକୁ ଯାଉଛି । ତେବେ ଏହି ଟିକା କରୋନା ଭୂତାଣୁ ସଂକ୍ରମଣରୁ ୧୦୦% ସୁରକ୍ଷା ଦେବ ବୋଲି କୌଣସି ଗ୍ୟାରେଣ୍ଟି ନାହିଁ । କରୋନା ସଂକ୍ରମଣରୁ ରକ୍ଷା ପାଇଁ ମାସ୍କ ଜରୁରୀ ଆବଶ୍ୟକ ବୋଲି ବିଶେଷଜ୍ଞମାନେ କହିଛନ୍ତି । ମୁମ୍ବଇ ହିନ୍ଦୁଜା ହସ୍ପିଟାଲର ଡାକ୍ତର ଭରେଶ ଡେଢିଆ କହିଛନ୍ତି ଯେ କରୋନା ଟିକା ସଂକ୍ରମଣରୁ କେତେଦୂର ରକ୍ଷା କରିପାରୁଛି ତାହା ଉପରେ ଏବେ କିଛି ଗ୍ୟାରେଣ୍ଟି ଦିଆଯାଇପାରିବ ନାହିଁ । ଟିକାକରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ଶେଷ ହେବା ପରେ ଏହା ଉପରେ କିଛି ଗ୍ୟାରେଣ୍ଟି ଦିଆଯାଇପାରିବ । ଏଥିପାଇଁ ଆଉ ୬ରୁ ୧୨ମାସ ଅପେକ୍ଷା କରିବାକୁ ପଡିବ । ସେ ସମୟ ପର୍ଯ୍ୟନ୍ତ ଆମକୁ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା, ବାହାରେ ବୁଲାବୁଲି ଆଦିରୁ ଦୂରେଇ ରହିବାକୁ ପଡିବ ବୋଲି ଡାକ୍ତର ମାଲା ଭି କାନେରିଆ କହିଛନ୍ତି ।