
ସତ୍ୟଶିଖା (ନୂଆଦିଲ୍ଲୀ)୧୪.୦୯.୨୦୨୦ : ଟିକ୍ଟକ୍କୁ ମାଇକ୍ରୋସଫ୍ଟ କିଣି ପାରିବନାହିଁ । ଟିକ୍ଟକ୍ ମାଇକ୍ରୋସଫ୍ଟର ପ୍ରସ୍ତାବକୁ ଖାରଜ କରିଛି । ମାଇକ୍ରୋସଫ୍ଟ କହିଛି ଯେ, ଲୋକପ୍ରିୟ ଭିଡିଓ ମେକିଙ୍ଗ୍ ଆପ୍ ଟିକ୍ଟକ୍କୁ ଆମେରିକୀୟ ଅପରେସନ୍ସକୁ କିଣିବା ପ୍ରସ୍ତାବକୁ ଟିକ୍ଟକ୍ ଖାରଜ କରି ଦେଇଛି । ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ରାଇଟର୍ସ ଏହି ମାମଲା ସହ ଜଡିତ ଲୋକଙ୍କ ଉଦ୍ଦେଶ୍ୟରେ କହିଛି ଯେ ଓରାକଲ୍ ଟିକ୍ଟକ୍କୁ କିଣି ସାରିଛି । ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଟିକ୍ଟକ୍କୁ ବିକ୍ରି କରିବାକୁ କିମ୍ବା ବନ୍ଦ କରିବାକୁ ସେପ୍ଟମ୍ବର ୨୦ ତାରିଖ ଯାଏଁ ସମୟ ସୀମା ନିର୍ଧାରିତ କରିଥିଲେ । ଟ୍ରମ୍ପ ପ୍ରଶାସନ ଲଗାତାର ଦାବି କରିଆସୁଛି ଯେ ଟିକଟକ ସମେତ ଅଧିକାଂଶ ଚାଇନିଜ୍ ଆପ୍ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ।
ଟିକ୍ଟକ୍କୁ କିଣିବା ପାଇଁ ମାଇକ୍ରୋସଫ୍ଟ ଓ ଓରାକଲ୍ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ଥିଲେ । ଓରାକଲ୍ ବୋଲି ଲଗାଇ ଟିକ୍ଟକ୍କୁ କିଣିଛି । ପୂର୍ବ ରିପୋର୍ଟ ଅନୁଯାୟୀ, ଓରାକଲ୍ ଜେନେରାଲ ଆଟ୍ଲାଣ୍ଟିକ୍ ଓ ସିକୋଇୟା କ୍ୟାପିଟାଲ୍ ସହିତ ନିବେଶ ଫର୍ମ ସହ ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଟିକ୍ଟକ୍ ବ୍ୟବସାୟକୁ କିଣିବାକୁ ଗମ୍ଭୀରତାର ସହ ବିଚାର କରୁଥିଲା ।ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲର ଏକ ରିପୋର୍ଟରେ କୁହାଯାଇଛି ଓରାକଲ୍ରେକୁ ଟିକଟକର ଟେକ୍ନିକାଲ ଅଂଶୀଦାର ଘୋଷଣା କରାଯିବ । ଏହି ସଉଦାକୁ ସମ୍ପୂର୍ଣ ବିକ୍ରି କୁହାଯିବ ନାହିଁ । ଏହା ପୂର୍ବରୁ ୱାଲମାର୍ଟ ଏହି ଅଧିଗ୍ରହଣରେ ମାଇକ୍ରୋସଫ୍ଟ ସହ ଅଂଶଧନ ପାଇଁ ଇଚ୍ଛା ଜାହିର କରିଥିଲା । ୱାଲମାର୍ଟ ରବିବାର ଦିନ କହିଥିଲା ଯେ, ଟିକଟକରେ ବିନିଯୋଗ କରିବାକୁ ସେ ଇଛୁକ ଏବଂ ଏ ସମ୍ପର୍କରେ ବାଇଟଡାନ୍ସ ଓ ଅନ୍ୟ ପକ୍ଷ ସହ କଥାବାର୍ତ୍ତା କରୁଛି ।