ରାଜ୍ୟ

‘ଖାଇଗଲେ ୩୦୦ କୋଟି, ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ କିଣାଯାଇଛି’

ଭୁବନେଶ୍ୱର(ସତ୍ୟଶିଖା): ଶ୍ରମିକଙ୍କ ପାଇଁ କୋଭିଡ୍ କିଟ୍ କିଣାରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏଥିରେ ସରକାରୀ ଦଳ ୩ ଶହ କୋଟି ଟଙ୍କା ଖାଇ ଦେଇଥିବା ଅଭିଯୋଗ ଆଣିଛି କଂଗ୍ରେସ । ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଅଭିଯୋଗ କରି କହିଛନ୍ତି ଯେ, ଶ୍ରମିକଙ୍କ ଚଷମା, ଜୋତା, ଗ୍ଲୋଭ୍ସ, ହେଲମେଟ୍‌ ଓ ଜ୍ୟାକେଟ କିଣାରେ ଏହି ଦୁର୍ନୀତି ହୋଇଛି ।

ଆହୁରି ପଢ଼ନ୍ତୁ

ଭୁବନେଶ୍ୱର ବମିଖାଲରେ ଥିବା ଭାରତ ଇଣ୍ଡଷ୍ଟ୍ରିଆଲ କର୍ପୋରେସନରୁ ୧୨ ଟଙ୍କାର ଚଷମାକୁ ୬୦ ଟଙ୍କାରେ, ଅଢ଼େଇ ଟଙ୍କାର ମାସ୍କକୁ ୮୦ ଟଙ୍କାରେ, ୧୮୫ ଟଙ୍କାର ଜୋତାକୁ ୪୧୩ ଟଙ୍କାରେ, ୧୦ ଟଙ୍କାର ଗ୍ଲୋଭ୍ସକୁ ୯୦ ଟଙ୍କାରେ ଏବଂ ୪୫ ଟଙ୍କାର ହେଲମେଟ୍‌କୁ ୧୧୦ ଟଙ୍କାରେ କିଣାଯାଇଛି । ମାଲକାନଗିରି, କଟକ ଓ ଅନୁଗୁଳ ଜିଲ୍ଲାର ଉଦାହରଣ ଦେଇ ଏହି ତଥ୍ୟ ଦେଇଛନ୍ତି ପ୍ରଦୀପ ମାଝୀ ।

ଲକଡାଉନ୍‌ ସମୟରେ ଶ୍ରମିକମାନେ ସବୁଠାରୁ ବଡ଼ ସଙ୍କଟରେ ପଡ଼ିଥିବା ବେଳେ ଶ୍ରମ ମନ୍ତ୍ରୀଙ୍କ ଦେଖା ନାହିଁ ବୋଲି ଅଭିଯୋଗ କରି ତାଙ୍କର ଇସ୍ତଫା ଦାବି କରିଛନ୍ତି ପ୍ରଦୀପ । ତା ସହିତ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ମଧ୍ୟ ଜବାବ ମାଗିଛନ୍ତି ।

[ad_2]
Show More
Back to top button