ରାଜ୍ୟସ୍ୱାସ୍ଥ୍ୟ

ରାଜ୍ୟରେ ଶିଶୁ ସଂକ୍ରମଣ ହାର ୧୨ରୁ ୧୩%

ସତ୍ୟଶିଖା(ଭୁବନେଶ୍ୱର ) ୨୪.୦୮ .୨୦୨୧: ରାଜ୍ୟରେ ଧୀରେ ଧୀରେ ସଂକ୍ରମଣ କମୁଥିଲେ ହେଁ ସେପ୍ଟେମ୍ବରରେ ତୃତୀୟ ଲହର ଆସିବ ବୋଲି ଆକଳନ କରାଯାଇଛି । ଯଦି ସେପ୍ଟେମ୍ବରରେ ତୃତୀୟ ଲହର ଆରମ୍ଭ ହୁଏ, ତେବେ ଏହା ଅକ୍ଟୋବରରେ ପିକ୍ କରିବ । ଏହି ପିକ୍ ସମୟରେ ଶିଶୁଙ୍କ ହସ୍ପିଟାଲରେ ଆଡମିସନ ମାତ୍ରା ୨୩% ରହିବେ ବୋଲି ଅନୁମାନ କରାଯାଉଛି । ବର୍ତ୍ତମାନ ଓଡ଼ିଶାରେ ହସ୍ପିଟାଲରେ ଆଡ୍‌ମିସନ୍ ମାତ୍ରା ଅଧିକ ନାହିଁ । ରାଜ୍ୟରେ ଶିଶୁଙ୍କ ସଂକ୍ରମଣ ହାର ୧୨ରୁ ୧୩% ରହିଛି ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଦ୍ୱିତୀୟ ଲହର ୬୪ ଦିନରେ ପିକ୍ ନେଇଥିଲା । ତୃତୀୟ ଲହର ଆସିଲେ ତାହାର ପିକ୍ ପିରିୟଡ୍ ପାଇଁ ଆମକୁ ଅପେକ୍ଷା କରିବାକୁ ପଡ଼ିବ । ଆମେ ଏବେ ବି ଦ୍ୱିତୀୟ ଲହରରେ ରହିଛେ । ଶିଶୁଙ୍କ ପାଇଁ ରାଜ୍ୟରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ସବୁ କୋଭିଡ୍ ହସ୍ପିଟାଲରେ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି ଚାଲିଛି ।

ଶିଶୁ ଭବନକୁ ସେଣ୍ଟ୍ରାଲ ଅଫ୍ ଏକ୍ସିଲେନ୍ସି କରାଯାଉଛି ।  ରାଜ୍ୟରେ ସ୍ୱତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା ଚାଲୁ ରଖାଯାଇଛି । ଶିଶୁଙ୍କ ଦୈନିକ ସଂକ୍ରମଣ ହାରକୁ ଅନୁଧ୍ୟାନ କରାଯାଉଛି । ଗତ ତିନି ଦିନ ଭିତରେ କେହି ଭେଣ୍ଟିଲେଟରକୁ ଯାଇନାହାନ୍ତି । ବହୁତ କମ୍ ଶିଶୁଙ୍କୁ ଅକ୍ସିଜେନ୍ ଦରକାର ଥିଲା । ସେପଟେ ତୃତୀୟ ଲହର ଅକ୍ଟୋବରରେ ଆରମ୍ଭ ହୋଇ ମାସ ଶେଷରେ ଶୀର୍ଷକୁ ଛୁଇଁପାରେ ବୋଲି ଏନ୍‌ଆଇଡିଏମ୍ କମିଟି ପୂର୍ବାନୁମାନ କରିଛି । ତେବେ ତୃତୀୟ ଲହର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ ବୋଲି କହିଛନ୍ତି ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି। ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ ଯଦି ଦୈନିକ ସଂକ୍ରମଣ ୧୦ ହଜାର ଛୁଏଁ ତେବେ ୨୦ ବର୍ଷରୁ କମ୍ ଆକ୍ରାନ୍ତଙ୍କ ସଂଖ୍ୟା ଦୈନିକ ୧୫୦୦ ରହିବ । ଏପରି ସମୟରେ ରାଜ୍ୟରେ ୩୦୦ ଜଣଙ୍କୁ ଡାକ୍ତରଖାନରେ ଭର୍ତ୍ତି ହେବାକୁ ପଡ଼ିପାରେ । ସେମାନଙ୍କ ଭିତରୁ ୧୫ ଜଣଙ୍କୁ ଆଇସିୟୁ କିମ୍ବା ଏଚ୍‌ଡିୟୁ ବେଡ୍ ଦରକାର ହୋଇପାରେ । ଆଉ ୨୮୫ ଜଣ ୱାର୍ଡରେ ରହି ଚିକିତ୍ସିତ ହୋଇପାରିବେ ।

Show More
Back to top button