

ସତ୍ୟଶିଖା(ଭୁବନେଶ୍ୱର) ୦୧.୦୬.୨୦୨୧: ବିଶିଷ୍ଟ ଫୁଟବଲ କୋଚ୍ ନନ୍ଦ କିଶୋର ପଟ୍ଟନାୟକଙ୍କ ପରଲୋକ । ସେ କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିଲେ । ୨୨ ଦିନ ହେଲା ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ତେବେ ସୋମବାର ବିଳମ୍ବିତ ରାତିରେ ନନ୍ଦ କିଶୋର ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି ।
ନନ୍ଦ କିଶୋର ରାଜ୍ୟରେ ଅନେକ ମହିଳା ଫୁଟବଲର ସୃଷ୍ଟି କରିଛନ୍ତି । ଫୁଟବଲ ଜଗତରେ ସେ ଟୁଟୁ ସାର୍ ନାଁରେ ବେଶ୍ ପରିଚିତ ଥିଲେ । ପାଖାପାଖି ୩୦ରୁ ଅଧିକ ଖେଳାଳି ତାଙ୍କଠୁ ପ୍ରଶିକ୍ଷଣ ନେଇ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସଫଳତା ହାସଲ କରିଛନ୍ତି । ନନ୍ଦ କିଶୋରଙ୍କ ବିୟୋଗରେ କ୍ରୀଡା ଜଗତରେ ଶୋକର ଛାୟା ଖେଳିଯାଇଛି ।