ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଏଟିଏମ୍‌ରୁ ଦିନକୁ କେତେ ଟଙ୍କା ଉଠାଇ ହେବ

ସତ୍ୟଶିଖା ୦୯/୦୨/୨୦୨୧ : ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ବିଭିନ୍ନ ପ୍ରକାର ଡେବିଟ୍‌ କାର୍ଡ ପ୍ରଦାନ କରାଯାଇଥାଏ । ବ୍ୟାଙ୍କ ଜମାରାଶି ଏବଂ ଅନ୍ୟାନ୍ୟ ମାନଦଣ୍ଡ ଅନୁସାରେ ଏହି କାର୍ଡ ଦିଆଯାଇଥାଏ । ଫଳରେ କାର୍ଡ ଅନୁସାରେ ବ୍ୟାଙ୍କ ଗ୍ରାହକଙ୍କୁ ଟଙ୍କା ଉଠାଇବାକୁ ଅନୁମତି ପ୍ରଦାନ କରିଥାଏ । ଏଠାରେ କେଉଁ ବ୍ୟାଙ୍କରୁ ଗ୍ରାହକମାନେ ଦିନକୁ ସେମାନଙ୍କ ଡେବିଟ୍‌ କାର୍ଡ ମାଧ୍ୟମରେ ଏଟିଏମ୍‌ରୁ କେତେ ଟଙ୍କା ଉଠାଇ ପାରୁଛନ୍ତି ବା ଉଠାଇବା ସୁବିଧା ରହିଛି ତାହାର ସୂଚନା ପ୍ରଦାନ କରାଯାଇଛି ।

ଏସ୍‌ବିଆଇ କ୍ଲାସିକ୍ ଆଣ୍ଡ୍ ମାଏଷ୍ଟ୍ରୋ ଡେବିଟ୍ କାର୍ଡଧାରୀମାନେ ଦିନକୁ ୨୦ ହଜାର ଟଙ୍କା ଉଠାଇ ପାରୁଥିବାବେଳେ ଗ୍ଲୋବାଲ ଇଣ୍ଟରନ୍ୟାସନାଲ ଡେବିଟ୍‌କାର୍ଡଧାରୀମାନେ ୪୦ ହଜାର ଟଙ୍କା, ଗୋଲ୍ଡ ଇଣ୍ଟରନ୍ୟାସନାଲ ଡେବିଟ୍‌କାର୍ଡଧାରୀମାନେ ୫୦ ହଜାର ଟଙ୍କା, ପ୍ଲାଟିନମ୍ ଇଣ୍ଟରନ୍ୟାସନାଲ ଡେବିଟକାର୍ଡ ଧାରୀମାନେ ୧ ଲକ୍ଷ ଟଙ୍କା ଉଠାଇ ପାରୁଛନ୍ତି ।

ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ସେଣ୍ଟ୍ରାଲ ବ୍ୟାଙ୍କର ରୁପେ ବା ନନ୍‌ ପର୍ସନାଲାଇଜ୍‌ ଡେବିଟ୍‌ କାର୍ଡରେ ଜଣେ ବ୍ୟକ୍ତି ଦିନକୁ ୪୦ ହଜାର ଟଙ୍କା ଉଠାଇ ପାରିବା ସୁବିଧା ରହିଥିବାବେଳେ ପର୍ସନାଲାଇଜ୍‌ ଡେବିଟ୍‌ କାର୍ଡ (ନାମ ଲେଖାଥିବା)ର ଗ୍ରାହକମାନେ ଦିନକୁ ଏଟିଏମ୍‌ରୁ ୧ ଲକ୍ଷ ଟଙ୍କା ଉଠାଇବା ନିୟମ ରହିଛି ।

ବ୍ୟାଙ୍କର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ ନର୍ମାଲ ବା ସ୍ବାଭାବିକ କାର୍ଡରେ ଜଣେ ବ୍ୟକ୍ତି ଦିନକୁ ୨୦ ହଜାର ଟଙ୍କା ଏବଂ ପ୍ଲାଟିନମ୍ କାର୍ଡରେ ୫୦ ହଜାର ଟଙ୍କା ଉଠାଇବା ସୁବିଧା ରହିଛି ।

ଆଇସିଆଇସିଆଇ ବ୍ୟାଙ୍କର ୱେବସାଇଟ୍‌ରେ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ବ୍ୟାଙ୍କର ପ୍ଲାଟିନମ୍ ଚିପ୍ ଡେବିଟ୍‌ କାର୍ଡ ଜରିଆରେ ଜଣେ ବ୍ୟକ୍ତି ଏଟିଏମ୍‌ରୁ ଦିନକୁ ୧ ଲକ୍ଷ ଟଙ୍କା ଉଠାଇ ପାରିବେ ।

ଏଚ୍‌ଡିଏଫ୍‌ସି ବ୍ୟାଙ୍କର ପ୍ଲାଟିନମ୍ ଚିପ୍‌ ଡେବିଟ୍ କାର୍ଡଧାରୀମାନେ ଏଟିଏମ୍‌ରୁ ଦିନକୁ ୧ ଲକ୍ଷ ଟଙ୍କା ଉଠାଇ ପାରିବେ ।

ଏକ୍ସିସ ବ୍ୟାଙ୍କର ଗ୍ରାହକମାନେ ରୁପେ ପ୍ଲାଟିନମ କାର୍ଡ ମାଧ୍ୟମରେ ଏଟିଏମରୁ ଦିନକୁ ୪୦ ହଜାର ଟଙ୍କା ଉଠାଇ‌ ହେବ ।

Show More
Back to top button