ICICI ଆରମ୍ଭ କରିବାକୁ ଯାଉଛି ନୂଆ scheme ପ୍ରିୟ ଗ୍ରାହାକଙ୍କ ସୁଭିଧା ପାଇଁ

ସତ୍ୟଶିଖା (ନୂଆଦିଲ୍ଲୀ) ୨୧/୧୧/୨୦୨୦ : ଯଦି ଆପଣ ମାର୍କେଟରେ ଭଲ ଜିନିଷ ଦେଖୁଛନ୍ତି ଏବଂ କିଣିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାଖରେ କ୍ରେଡିକ୍ କାର୍ଡ କିମ୍ବା ଡେବିଟ୍ କାର୍ଡ ନାହିଁ, ତେବେ ଚିନ୍ତା କରନ୍ତୁ ନାହିଁ । I.C.I.C.I ବ୍ୟାଙ୍କ୍ ତାର ଗ୍ରାହକଙ୍କ ପାଇଁ ଗୋଟିଏ ଆକର୍ଷଣୀୟ ସୁବିଧା । ଯେଉଁଥିରେ କି ଆପଣ କେବଳ ମୋବାଇଲ ନମ୍ବର ଏବଂ ପାନ୍ କାର୍ଡ ସାହାଯ୍ୟରେ ହିଁ ସପିଂ କରିପାରିବେ । ଆଉ ଏକ ସୁବିଧା ହେଉଛି ଆପଣ ଯାହା କିଛି ଖର୍ଚ୍ଚ କରିବେ ତାହାକୁ E.M.I ଆକାରରେ ମଧ୍ୟ ପୈଠ କରିପାରିବେ । ଏହି ସୁବିଧାକୁ ବ୍ୟାଙ୍କ ‘I.C.I.C.I ବ୍ୟାଙ୍କ୍ କାର୍ଡଲେସ୍ E.M.I’ ନାମରେ ନାମିତ କରିଛି । ବ୍ୟାଙ୍କ କହିଛି ଏହି ସୁବିଧା ଦ୍ବାରା ଗ୍ରାହକମାନେ ଅଧିକ ଫାଇଦା ଉଠାଇପାରିବେ । ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଡିଜିଟାଲ ମୋବାଇଲ ପେମେଣ୍ଟ ବିନା କେବଳ ମୋବାଇଲ ଫୋନ ଏବଂ ପାନ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ ।କିଭଳି ଏହି ସୁବିଧା ହାସଲ କରିବେ ?
ଏହା ପୁରାପୁରି ଭାବେ ଡିଜିଟାଲ ଇଏମଆଇ ପ୍ଲାନ୍, ଯାହାକି ବ୍ୟାଙ୍କ୍ ପାଇନ୍ ଲାବସ୍ ସହିତ ବୁଝାମଣାରେ ଆରମ୍ଭ କରାଯାଇଛି । ଏହି ସୁବିଧାକୁ ହାସଲ କରିବା ପାଇଁ ବ୍ୟାଙ୍କ୍ ସହିତ ରେଜିଷ୍ଟର ହୋଇଥିବା ମୋବାଇଲ ନମ୍ବର ଏବଂ ପାନ୍ କାର୍ଡ ନମ୍ବର କହିବେ । ଏହା ପରେ ଆପରଙ୍କ ମୋବାଇଲକୁ ଯେଉଁ ଓଟିପି ଆସିବ ତାହାକୁ ପିଓଏସ ମେସିନ ମାଧ୍ୟମରେ ସପିଂ କରିପାରିବେ ।I.C.I.C.I ବ୍ୟାଙ୍କର ମୁଖ୍ୟ ସୁଦୀପ୍ତ ରାୟ କହିଛନ୍ତି, ଏବେ ଅନେକ ଗ୍ରାହକ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡରେ ମିଳୁଥିବା E.M.I ମାଧ୍ୟମରେ ସପିଂ କରୁଛନ୍ତି । ଏହାକୁ ଆହୁରୀ ସୁବିଧାଜନକ କରିବା ପାଇଁ ଆମେ କାର୍ଡଲେସ E.M.I ସୁବିଧା ଆରମ୍ଭ କରିବାକୁ ଯାଉଛୁ । ଏଥିପାଇଁ ଗ୍ରାହକମାନଙ୍କୁ କେବଳ ମୋବାଇଲ ଫୋନ ଏବଂ ପାନ କାର୍ଡ ମାଧ୍ୟମରେ କାରବାର କରିପାରିବେ । ତେବେ ବଡ କଥା ହେଉଛି ଏହି ସୁବିଧା ହାସଲ କରିବା ପାଇଁ ଗ୍ରାହକମାନଙ୍କୁ କୌଣସି ଦେୟ ଦେବାକୁ ପଡିବ ନାହିଁ । ଏହା ସୁବିଧା ଦ୍ବାରା ଆପଣ ୧୦ ଳକ୍ଷ ଟଙ୍କା ପର୍ଯ୍ୟନ୍ତ ସପିଂ କରିପାରିବେ ଏବଂ ଇଏମଆଇ ସୁବିଧା ୩ ମାସରୁ ୧୫ ମାସ ପର୍ଯ୍ୟନ୍ତ ରହିବ । ଏହି ସୁବିଧାକୁ ବ୍ୟାଙ୍କ ‘I.C.I.C.I ବ୍ୟାଙ୍କ୍ କାର୍ଡଲେସ୍ E.M.I’ ନାମରେ ନାମିତ କରିଛି । ବ୍ୟାଙ୍କ କହିଛି ଏହି ସୁବିଧା ଦ୍ବାରା ଗ୍ରାହକମାନେ ଅଧିକ ଫାଇଦା ଉଠାଇପାରିବେ । ଡେବିଟ କାର୍ଡ, କ୍ରେଡିଟ କାର୍ଡ ଏବଂ ଡିଜିଟାଲ ମୋବାଇଲ ପେମେଣ୍ଟ ବିନା କେବଳ ମୋବାଇଲ ଫୋନ ଏବଂ ପାନ୍ କାର୍ଡ ସାହାଯ୍ୟରେ ସପିଂ କରିପାରିବେ ।