ଅପରାଧନ୍ୟୁଜ୍ରାଜ୍ୟ

ପୁଣି ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ସତ୍ୟଶିଖା(ଭୁବନେଶ୍ୱର) ୨୯ .୧୧.୨୦୨୧:  ପୁଣି ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର । ଏହାସହିତ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଶାସନବାର୍ଡ ଅଞ୍ଚଳରୁ ବ୍ରାଉନସୁଗାର ଜବତ ହୋଇଛି । ଜବତ ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ।

ସେହିପରି ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ଥାନା ଅନ୍ତର୍ଗତ ବଡପୋଖରୀଆ-ବୋଡଙ୍ଗରା ଅଞ୍ଚଳରୁ ବ୍ରାଉନସୁଗାର ବେପାରୀ ଗିରଫ ହୋଇଛି । ଉକ୍ତ ଅଞ୍ଚଳରେ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର କାରବାର ଚାଲିଥିବା ଖବର ପାଇବା ପରେ ନିରାକାରପୁର ପୋଲିସ ପକ୍ଷରୁ ସେଠାରେ ଚଢାଉ କରାଯାଇଥିଲା ।

ଚଢାଉ ସମୟରେ ୨ ଜଣ ଯୁବକଙ୍କ ନିକଟରୁ ୨୧.୨୦୦ ଗ୍ରାମ ଓଡନର ବ୍ରାଉନସୁଗାର ପୋଲିସ ଜବତ କରିଥିଲା । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଅଢେଇ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।

Show More
Back to top button