ରାଶିଫଳ

୨୩ ମେ’, ଶନିବାର: ସ୍ୱାସ୍ଥ୍ୟରେ ଉନ୍ନତି ହେବ

ମେଷ: ସମାଜ ସେବାରେ ସ୍ୱନାମ ଅର୍ଜନ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ସହ ମାନସିକ ସ୍ଥିରତା ଦେଖାଦେବ। ବ୍ୟବସାୟରେ ଆୟ ବୃଦ୍ଧି ହେବ।

ବୃଷ: ପଡୋଶୀ ବା କୁଟୁମ୍ବଙ୍କ ସହ ମନାନ୍ତର ଦୂର ହେବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କଲେ ବିପଦରେ ପଡି ପାରନ୍ତି। ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ।

ମିଥୁନ: ସ୍ୱାସ୍ଥ୍ୟରେ ଉନ୍ନତି ହେବ। ରାଜକୀୟ ମାମଲାରେ ସଫଳତା ମିଳିବ। ପାରିବାରିକ କ୍ଷେତ୍ରରେ ଚିତ୍ତ ପ୍ରସନ୍ନ ଯୋଗେ କାର୍ଯ୍ୟ ସିଦ୍ଧି ହେବ।

କର୍କଟ: ବ୍ୟକ୍ତିତ୍ୱ ଓ ପ୍ରତିଭା ବଳରେ ଧନ ସମ୍ପଦରେ ଅଭିବୃଦ୍ଧି ଘଟିବ। ଅର୍ଥ ସଂପର୍କୀତ ଚୁକ୍ତିପତ୍ର କଲେ ଲାଭବାନ ହେବେ। ସହଯୋଗୀମାନଙ୍କର ପୂର୍ଣ୍ଣ ସହଯୋଗ ପାଇ ଉତ୍ତମ ଲାଭ କରି ପାରିବେ।

ସିଂହ: ବ୍ୟବସାୟରେ ପ୍ରଗତିର ବେଗ ତ୍ୱରାନିତ ହେବ। ଛାତ୍ରଛାତ୍ରୀମାନେ ଅଧ୍ୟୟନ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।

କନ୍ୟା: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ପ୍ରିୟ ବନ୍ଧୁ ଆର୍ଥିକ ସହାୟତାର ହାତ ବଢାଇବେ। ରାସ୍ତା ଘାଟରେ ସତର୍କତା ଅବଲମ୍ବନ କରିବେ।

ଆହୁରି ପଢ଼ନ୍ତୁ

ତୁଳା: ପାରିବାରିକ କ୍ଷେତ୍ରରେ ଆତ୍ମସନ୍ତୋଷ ଲାଭ କରିବେ। କର୍ମକ୍ଷେତ୍ରରେ ସାମାଜିକ ଭାବମୂର୍ତ୍ତି ସୁରକ୍ଷା ହେବ। ବେପରୁଆ ମନୋଭାବ ରହିବେ।

ବିଛା: ବିରୋଧୀମାନଙ୍କୁ ପରାସ୍ତ କରି ବିଜୟୀ ହେବେ। ସତର୍କ ନ ରହିଲେ ଅସୁସ୍ଥତା ଅନୁଭବ କରିବେ।

ଧନୁ: ବନ୍ଦ ହୋଇଥିବା ବେପାର ପୁଣି ଚାଲୁ ହେବ। ପରିବାରରେ ଖୁସି ବଜାୟ ରହିବ। ଆତ୍ମନିର୍ଭରଶୀଳ ହେବେ।

ମକର: ସାମାଜିକ କ୍ଷେତ୍ରରେ ମାନ-ସମ୍ମାନ ଲାଭ କରିବେ। ଅଟିଥିବା କାମ ପୂର୍ଣ୍ଣ ହୋଇଯିବ। ଶୁଭ ଖବର ପାଇ ଖୁସି ହେବେ।

କୁମ୍ଭ: ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଶାରୀରିକ ସୁସ୍ଥତା ଅନୁଭବ କରିବେ।ପାରିବାରିକ କଳହ ସମାଧାନ ହୋଇଯିବ।

ମୀନ: ଅଧ୍ୟୟନ ଅନୁସନ୍ଧାନ ଲେଖନ ଆଦି କାର୍ଯ୍ୟ ଆରମ୍ଭ କରିବେ। ପରିଶ୍ରମର ଫଳ ପାଇବେ। କର୍ମକ୍ଷେତ୍ରରେ ପଦୋନ୍ନତିର ସୁଯୋଗ ରହିଛି।

[ad_2]
Show More
Back to top button