

ସତ୍ୟଶିଖା( ନୂଆଦିଲ୍ଲୀ )୧୦.୦୨.୨୦୨୨ : ଦେଶରେ କରୋନା ମହାମାରୀର ତୃତୀୟ ଲହରର ପ୍ରଭାବ ଧିରେ ଧିରେ କମିଆସୁଥିବା ବେଳେ ପୁଣି ଥରେ ସ୍ଥିତି ସ୍ୱାଭାବିକ୍ ହେବା ଆରମ୍ଭ ହୋଇଛି । ଯାହାକୁ ନେଇ ଏବେ ଆନ୍ତର୍ଜାତୀୟ ଟ୍ରାଭେଲର ମାନଙ୍କ ପାଇଁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।
ଏଣିକି ଏୟାର ସୁବିଧା ପୋର୍ଟାଲରେ ସେଲଫ ଡିକ୍ଲାରେସନ୍ ଦେବା ବାଧ୍ୟତାମୂଳକ କରାଯାଇଛି । ଏହା ସହିତ ଯାତ୍ରୀଙ୍କ ଗତ ୧୪ ଦିନର ଟ୍ରାଭେଲ ହିଷ୍ଟ୍ରି ସହିତ ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ ରିପୋର୍ଟ କିମ୍ବା ଦୁଇଟି ଯାକ ଡୋଜ୍ ଟିକା ନେଇଥିବାର ପ୍ରମାଣ ପତ୍ର ଅପଲୋଡ କରିବା ବାଧ୍ୟତା ମୂଳକ କରାଯାଇଛି ।
ବିଦେଶରୁ ଭାରତ ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇଛି । ଆସନ୍ତା ଫେବୃଆରୀ ୧୪ ତାରିଖରୁ ଦେଶରେ ନୂଆ ଗାଇଡଲାଇନ୍ ଲାଗୁ ହେବାକୁ ଯାଉଛି ।
ତେବେ ନୂଆ ଗାଇଡଲାଇନ୍ରେ ଆଟ୍ ରିସ୍କ ଦେଶରୁ ଭାରତ ଫେରିବା ପରେ ୧୪ ଦିନର ସେଲଫ୍ ମନିଟରିଙ୍ଗ୍ କରିବାର ପରାମର୍ଶ ଦିଆଯାଇଛି । ପୂର୍ବରୁ ଆଟ୍ ରିସ୍କ ଦେଶରୁ ଫେରୁଥିଲେ ୭ ଦିନର ହୋମ୍ ଆଇସୋଲେସନ୍ ବାଧ୍ୟତାମୂଳକ ରହିଥିଲା ।