ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଜି ଦିନକରେ ୧୨୬୪ ସର୍ବାଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ I

ସତ୍ୟଶିଖା ( ଭୁବନେଶ୍ୱର ) ୨୩.୦୭.୨୦୨୦ :  ରେକର୍ଡ ପରେ ରେକର୍ଡ ଭାଙ୍ଗୁଛି ମହାମାରୀ । ଆଜି ଗୋଟିଏ ଦିନରେ ସର୍ବାଧିକ ୧୨୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୧୦୯୯ କୁ ବୃଦ୍ଧି ହୋଇଛି । କ୍ୱାରେଣ୍ଟାଇନ ସେଣ୍ଟରରୁ ୮୪୭ ଓ ସ୍ଥାନୀୟ ଅଞ୍ଚଳରୁ ୪୧୭ ଚିହ୍ନଟ ହୋଇଛନ୍ତି । ୨୭ ଜିଲ୍ଲାରୁ ୧୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗଂଜାମ ଜିଲ୍ଲାରୁ ସର୍ବାଧିକ ୫୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୩୭, ରାୟଗଡା ୮୪, ଗଜପତି ୭୪, ସୁନ୍ଦରଗଡ ୬୦, ଅନୁଗୁଳ ୧, ବାଲେଶ୍ୱର ୯, ବରଗଡ ୨୪, ଭଦ୍ରକ ୩୦, ବଲାଙ୍ଗୀର ୧, ବୌଦ୍ଧ ୨, କଟକ ୪୭, ଢେଙ୍କାନାଳ ୬, ଜଗତସିଂହପୁର ୪, ଯାଜପୁର ୧୭, ଝାରସୁଗୁଡା ୩, କଳାହାଣ୍ଡି ୭, କନ୍ଧମାଳ ୨୯, କେନ୍ଦ୍ରାପଡାରୁ ୮ , କେନ୍ଦୁଝର ୨୫, କୋରାପୁଟ ୨୭, ମୟୂରଭଞ୍ଜ ୧୫, ନବରଙ୍ଗପୁର ୪, ନୟାଗଡ ୬୧, ନୂଆପଡା ୧, ପୁରୀ ୨୨, ସମ୍ବଲପୁର ୨୦ ଜଣ ଚିହ୍ନଟ ହୋଇଛନ୍ତି ।

Show More
Back to top button