

ସତ୍ୟଶିଖା( ଭୁବନେଶ୍ୱର )୧୦.୦୬. ୨୦୨୨ : ନକଲି ସାର୍ଟିଫିକେଟ୍ ଦେଇ ନିଯୁକ୍ତ ହୋଇଛନ୍ତି ପ୍ରାଥମିକ ଶିକ୍ଷକ। ପଦୋନ୍ନତି ବି ପାଇଛନ୍ତି। ଗଞ୍ଜାମରୁ କେନ୍ଦୁଝର; ବାଲେଶ୍ବରରୁ ଖୋର୍ଧା ସବୁଠି ଏମାନଙ୍କୁ ନେଇ ଚିନ୍ତା ବଢ଼ିଲାଣି। ଶତାଧିକ ନକଲି ଶିକ୍ଷକ ଇତିମଧ୍ୟରେ ଧରାପଡ଼ିଲେଣି। ତା’ପରେ ବି ସଂଖ୍ୟା କମୁନି। ଗତ ସେପ୍ଟେମ୍ବରରୁ ଏପର୍ଯ୍ୟନ୍ତ ୬୦ରୁ ଅଧିକ ନକଲି ଶିକ୍ଷକ ଧରାପଡ଼ିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଆଉ କିଛି ଜଣ ଭୟରେ ସ୍କୁଲ ହତା ମାଡ଼ୁନାହାନ୍ତି। ଏମିତି ସ୍ଥିତିରେ ବିଭାଗ ପୁଣି ତନାଘନା ଆରମ୍ଭକରିଛି। ଏବେ ପୁଣିଥରେ ନିର୍ଦେଶାଳୟ ପକ୍ଷରୁ ଚିଠି ଲେଖାଯାଇ୨୨ ଜିଲ୍ଲାର ୧୩୦ ଜଣ ନକଲି ଶିକ୍ଷକଙ୍କ ସାର୍ଟିଫିକେଟ୍, ମାର୍କସିଟ୍(ଏକାଡେମିକ/ଟ୍ରେନିଂ), ମାଇଗ୍ରେସନ ସାର୍ଟିଫିକେଟ୍, ପରୀକ୍ଷା ଫଳ ପ୍ରକାଶ, ଜାତିଗତ ପ୍ରମାଣପତ୍ର, ସର୍ଭିସ୍ ରେକର୍ଡ ଆଦି ଯାଞ୍ଚ କରିବାକୁ ନିର୍ଦେଶ ଦିଆଯାଇଛି। ସେମାନଙ୍କୁ ବହିଷ୍କାର କରିବା ସହ ଥାନାରେ ଏତଲା ଦେବାକୁ କୁହାଯାଇଛି। ଶିକ୍ଷାରେ ବିକାଶ ଜିଲ୍ଲା କୁହାଯାଉଥିବା ବାଲେଶ୍ବରରେ ନକଲି ଶିକ୍ଷକ ଶିକ୍ଷୟିତ୍ରୀ ହାଉଯାଉ।