ଅନ୍ୟାନ୍ୟଧର୍ମନ୍ୟୁଜ୍ସ୍ପେଶାଲ୍ ରିପୋର୍ଟ

କିଏ ଦେଇଥିଲେ ସୁଦର୍ଶନ ଚକ୍ର ଭଗବାନ ବିଷ୍ଣୁଙ୍କୁ ?

ସତ୍ୟଶିଖା (ଭୁବନେଶ୍ୱର) ୨୨/୧୦/୨୦୨୦ : ହିନ୍ଦୁ ଧର୍ମରେ ଗୁରୁବାର ଭଗବାନ ବିଷ୍ଣୁଙ୍କୁ ସମର୍ପିତ । ଭଗବାନ ବିଷ୍ଣୁଙ୍କ ପୂଜା ପାଇଁ ଗୁରୁବାର ଦିନ ଅତ୍ୟନ୍ତ ଖାସ । ଭଲ ମନରେ ବିଷ୍ଣୁଙ୍କୁ ପୂଜା କଲେ ଭକ୍ତଙ୍କ ସମସ୍ତ ମନୋସ୍କାମନା ପୁରା ହୁଏ ବୋଲି କୁହାଯାଏ । ହିନ୍ଦୁ ଧର୍ମ ଶାସ୍ତ୍ର ଅନୁସାରେ ଗୁରୁବାର ଦିନ ବିଧିବଦ୍ଧ ଭାବେ ବିଷ୍ଣୁଙ୍କୁ ପୂଜା କଲେ ସମସ୍ତ ସଙ୍କଟ ଦୂର ହୋଇଥାଏ । ବିଷ୍ଣୁଙ୍କୁ ଜଗତର ପାଳନକର୍ତ୍ତା ବୋଲି କୁହାଯାଏ । ଶାସ୍ତ୍ର ଅନୁସାରେ, ଭଗବାନ ବିଷ୍ଣୁଙ୍କ ତିନି ଅବତାର ତିନି ଗୁରୁଙ୍କ ଠାରୁ ଶିକ୍ଷା ଗ୍ରହଣ କରିଥିଲେ । ସେ ନିଜ ଗୁରୁଙ୍କ ଠାରୁ ଅସ୍ତ୍ର-ଶସ୍ତ୍ର ବିଦ୍ୟା ଠାରୁ ଆରମ୍ଭ କରି ନୀତି ଯାଏଁ ସବୁକିଛି ଶିକ୍ଷା କରିଥିଲେ । ତେବେ ଭଗବାନ ବିଷ୍ଣୁ କାହାଠାରୁ ସୁଦର୍ଶନ ଚକ୍ର ହାସଲ କରିଥିଲେ ଜାଣନ୍ତୁ ।ଦୌତ୍ୟଙ୍କ ଅତ୍ୟାଚାର ବହୁତ ବଢିଯିବାରୁ ସମସ୍ତ ଦେବତା ଭଗବାନ ବିଷ୍ଣୁଙ୍କ ପାଖକୁ ଆସି ଦୈତ୍ୟଙ୍କ ବଧ ପାଇଁ ପ୍ରାର୍ଥନା କରିଥିଲେ । ଦୈତ୍ୟଙ୍କ ନାଶ ପାଇଁ ବିଷ୍ଣୁ କୈଳାସ ପର୍ବତ ଯାଇ ଭଗବାନ ଶିବଙ୍କ ଉପାସନା କରିଥିଲେ । ସେ ହଜାରେ ନାମରେ ଭଗବାନ ଶିବଙ୍କ ସ୍ତୁତି କରିଥିଲେ । ପ୍ରତ୍ୟେକ ନାମରେ ଗୋଟିଏ ପଦ୍ମ ଫୁଲ ଶିବଙ୍କୁ ଅର୍ପଣ କରିଥିଲେ । ଶିବ ଭଗବାନ ବିଷ୍ଣୁଙ୍କ ପରୀକ୍ଷା ନେବାକୁ ଏକ ହାଜର ପଦ୍ମ ଫୁଲରୁ ଗୋଟିଏ ଫୁଲ ଲୁଚାଇ ଦେଇଥିଲେ ।ଶିବଙ୍କ ମାୟା କାରଣରୁ ବିଷ୍ଣୁ ଏହା ଜାଣିପାରିନଥିଲେ । ଗୋଟିଏ ଫୁଲ କମ ଥିବା ଜାଣି ବିଷ୍ଣୁ ବିଚଳିତ ହୋଇଗଲେ ଓ ଗୋଟିଏ ଫୁଲ ଖୋଜିବା ଆରମ୍ଭ କରିଥିଲେ । ବହୁତ ଖୋଜିବା ପରେ ବି ସେ ଗୋଟିଏ ଫୁଲ ପାଇନଥିଲେ । ଫଳରେ ବିଷ୍ଣୁକୁ ଗୋଟିଏ ଫୁଲ ପୂରଣ କରିବାକୁ ନିଜର ଏକ ନେତ୍ର ବାହାର କରି ଶିବଙ୍କୁ ଅର୍ପଣ କରିଥିଲେ ।ବିଷ୍ଣୁଙ୍କ ଭକ୍ତି ଦେଖି ଶିବ ଅତ୍ୟନ୍ତ ପ୍ରସନ୍ନ ହୋଇଥିଲେ ଓ ବର ମାଗିବାକୁ କହିଥିଲେ । ଭଗବାନ ବିଷ୍ଣୁ ଦୈତ୍ୟଙ୍କ ନାଶ କରିବାକୁ ଅଜୟ ଶସ୍ତ୍ର ବରଦାନ ସ୍ୱରୂପ ମାଗିଥିଲେ । ଭଗବାନ ଶିବ ବିଷ୍ଣୁଙ୍କୁ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ସୁଦର୍ଶନ ଚକ୍ରରେ ବିଷ୍ଣୁ ଦୈତ୍ୟଙ୍କ ସଂହାର କରିଥିଲେ । ଏହିଭଳି ଦେବତାଙ୍କୁ ଦୈତ୍ୟଙ୍କ ଠାରୁ ମୁକ୍ତି ମିଳିଥିଲା । ଏହାପରେ ସୁଦର୍ଶନ ଚକ୍ର ସର୍ବଦା ପାଇଁ ବିଷ୍ଣୁଙ୍କ ପାଖରେ ରହିଲା ।

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

Show More
Back to top button