

ସତ୍ୟଶିଖା (ଭୁବନେଶ୍ୱର) ୨୫/୦୧/୨୦୨୧ : ଭୁବନେଶ୍ୱର ସାଲିଆ ସାହିରୁ ଦେଶୀ ମଦ ଜବତ ହୋଇଛି । ୫୦୦ ଲିଟରରୁ ଅଧିକ ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି । ସୂଚନାଯୋଗ୍ୟ ଯେ, ଭୁବନେଶ୍ୱର ସ୍ଥିତ ସାଲିଆ ସାହିରେ ଦେଶୀ ମଦ ପ୍ରସ୍ତୁତ କରାଯାଇ ବିକ୍ରି କରାଯାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା । ଅଭିଯୋଗ ପାଇବା ପରେ ଭୁବନେଶ୍ୱର ଓ କଟକ ଅବକାରୀ ବିଭାଗ ଓ ଅବକାରୀ ଫ୍ଲାଇଂ ସ୍କ୍ବାଡ୍ ମିଳିତ ଭାବେ ଚଢାଉ କରିଥିଲା । ଚଢାଉବେଳେ ୫୦୦ ଲିଟରରୁ ଅଧିକ ମଦ ଜବତ କରିଛି ଅବକାରୀ ବିଭାଗ । ଅଭିଯୋଗରେ ୯ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ୫ ଜଣ ମହିଳା ରହିଛନ୍ତି । ଘଟଣାସ୍ଥଳରୁ ବିପୁଳ ପରିମାଣର ପୋଚ ମଧ୍ୟ ଜବତ କରାଯାଇଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।