ନ୍ୟୁଜ୍ରାଜ୍ୟ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ବାବୁ

ସତ୍ୟଶିଖା( ବ୍ରହ୍ମପୁର) ୨୯ .୧୧.୨୦୨୧:ଗତ କିଛି ଦିନ ହେବ ସରକାରୀ କର୍ମଚାରୀମାନେ ଭିଜିଲାନ୍ସ ଜାଲରେ ଫସୁଛନ୍ତି  । କୋଟି କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପିତ୍ତି ଜବତ କରୁଛି ଭିଜିଲାନ୍ସ । ତେବେ ଆଜି ବ୍ରହ୍ମପୁର ଥାନାର କନଷ୍ଟେବଳ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଦର୍ଶନଙ୍କ ଘର ଭିଜିଲାନ୍ସର ଚଢାଉ କରିଛି  । ଗଞ୍ଜାମର ୩ଟି ସ୍ଥାନରେ ଚଢାଉ ଜାରି ରହିଛିି  ।

ଏହି ଚଢାଉରେ ଜଣେ ଏସପି, ଦୁଇ ଜଣ ଡିଏସପି, ୫ ଜଣ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀମାନେ ସାମିଲ୍  ଅଛନ୍ତି । ବ୍ରହ୍ମପୁରର ଲୋଚାପଡା, ମେନ୍ ରୋଡଠାରେ ତିନି ମହଲା ବିଶିଷ୍ଟ ଆବାସିକ କୋଠା, ନିମାଖଣ୍ଡୀରେ ଅବସ୍ଥିତ କୋଠା ଏବଂ ଭଞ୍ଜନଗର ଥାନା ଅନ୍ତର୍ଗତ ଗାମୁଣ୍ଡି ଗାଁରେ ଥିବା ପୈତୃକ ଘରେ ଚଢାଉ କରୁଛନ୍ତି  । ବ୍ରହ୍ମପୁରର ସ୍ପେସାଲ୍ ଭିଜିଲାନ୍ସ ଜଜଙ୍କ ଦ୍ୱାରା ଜାରି ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଚଢାଉ କରାଯାଉଥିବାର ସୂଚନା ରହିଛି  । ଏଯାବତ୍ କନେଷ୍ଟବଳ ସୁଦର୍ଶନ ପ୍ରଧାନଙ୍କ ଘରୁ  ନଗଦ ୫ ଲକ୍ଷ ୧୬ ହଜାର ୮୮୦ ଟଙ୍କା ଜବତ ହୋଇଛି । ବର୍ତ୍ତମାନ କନଷ୍ଟେବଲଙ୍କ ଘର ରେଡ୍ ଜାରି ରହିଛି ।

Show More
Back to top button