

ସତ୍ୟଶିଖା ( କଟକ ) ୩୦ /୧୧ /୨୦୨୧: ଘୁଞ୍ଚିଲା ଦଶମ ଶ୍ରେଣୀର ସମେଟିଭ-୧ ର ପରୀକ୍ଷା ତାରିଖ । ଡିସେମ୍ବରରେ ହେବାକୁ ଥିବା ପରୀକ୍ଷା ତାରିଖରେ ହେଲା ପରିବର୍ତ୍ତନ । ଜାନୁଆରୀ ୫ ରୁ ୮ ତାରିଖରେ ହେବ ପରୀକ୍ଷା । ସେଥିପାଇଁ ଫର୍ମ ଫିଲଅପ କାର୍ଯ୍ୟ ଶେଷ ହୋଇଛି । ପରୀକ୍ଷା ପାଇଁ ଡାଟା ବେସ୍ ପ୍ରସ୍ତୁତ ଚାଲିଛି । ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଏନେଇ ସୂଚନା ଦେଇଛନ୍ତି ।
ପରୀକ୍ଷା ପାଇଁ ଫର୍ମ ପୂରଣ କରିଛନ୍ତି ୫ ଲକ୍ଷ ୭୦ ହଜାର ଛାତ୍ରଛାତ୍ରୀ । ସେହିପରି ବଢ଼ିଲା ନବମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ଏନରୋଲମେଣ୍ଟ ଅବଧି । ଏନ୍ରୋଲମେଣ୍ଟରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ପାଇଁ ଏହା ଏକ ସୁଯୋଗ । ଡିସେମ୍ବର ୩ ରୁ ୭ ତାରିଖ ଯାଏଁ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ । ବୋର୍ଡ କାର୍ଯ୍ୟାଳୟରେ ଅଫଲାଇନ ମୋଡ୍ରେ କରିହେବ ଏନରୋଲମେଣ୍ଟ ।