ସାମାଜିକ ଦୂରତା ନ ମାନିଲେ ଦୋକାନୀ ଗଣିବେ ୫୦୦୦ ତଣ୍ଡ


ବ୍ରହ୍ମପୁର(ସତ୍ୟଶିଖା): ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ଦିନକୁ ଦିନ ବେକାବୁ ହେବାର ଲାଗିଛି। ଜିଲ୍ଲାରେ କରୋନା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ନିୟମକୁ କଡ଼ାକଡ଼ି କରାଯାଇଛି। କୌଣସି ଦୋକାନୀ ସାମାଜିକ ଦୂରତ୍ୱ ନମାନିଲେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ କୌଣସି ଦୋକାନୀ ପ୍ରଥମ ଥର ସାମାଜିକ ଦୂରତ୍ୱ ନିୟମ ଖିଲାପ କଲେ ୫୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିବ। ଏହାସହ ୧୫ ଦିନ ଦୋକାନ ବନ୍ଦ କରିବାକୁ ପଡ଼ିବ। ଦୋକାନୀଜଣଙ୍କ ଦ୍ୱିତୀୟ ଥର ନିୟମ ଖିଲାପ କଲେ ଥାନାରେ ତାଙ୍କ ନାଁରେ ଏତଲା ଦିଆଯିବ। ଏହାସହ ମାସେ ଦୋକାନ ବନ୍ଦ ରହିବ। ସହରାଞ୍ଚଳରେ ଘରକୁ ଘର ବୁଲି ସର୍ଭେ ହେବ। ସେଥିପାଇଁ ସମସ୍ତେ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି ଜିଲ୍ଲାପାଳ।
ଆହୁରି ପଢ଼ନ୍ତୁ
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଅତିକ୍ରମ କରିସାରିଥିବା ବେଳେ କେବଳ ଗଞ୍ଜାମରେ ସର୍ବାଧିକ ଦୁଇ ହଜାରରୁ ଅଧିକ ଏହି ମହାମାରୀରେ ଆକ୍ରାନ୍ତ ହୋଇ ସାରିଲେଣି। ଏହାବ୍ୟତୀତ କରୋନାଜିତ ମୃତ୍ୟୁ ସଂଖ୍ୟା ମଧ୍ୟ ଗଞ୍ଜାମରେ ସର୍ବାଧିକ ରହିଛି।
ଆହୁରି ପଢ଼ନ୍ତୁ
[ad_2]