ଦେଶ

କରୋନା: ଚାଇନା ବିରୋଧରେ ମାନବାଧିକାର ପରିଷଦ ଗଲା ଆଇସିଜେ

ନୂଆଦିଲ୍ଲୀ: ଇଣ୍ଟରନ୍ୟାସନାଲ କାଉନସିଲ୍‌ ଅଫ୍‌ ଜୁରିଷ୍ଟସ୍‌ ଚାଇନା ବିରୋଧରେ ଜାତିସଂଘ ମାନବ ଅଧିକାର ପରିଷଦର ଦ୍ୱାରସ୍ଥ ହୋଇଛି। ଏଥିରେ ଅଭିଯୋଗ ଅଣାଯାଇଛି ଚାଇନା କୋଭିଡ୍‌-୧୯ ଭାଇରସ୍‌କୁ ସାରା ବିଶ୍ୱକୁ ଛାଡ଼ି ‘ଗୁରୁତର ଶାରିରୀକ, ମାନସିକ, ଆର୍ଥିକ ଏବଂ ସାମାଜିକ କ୍ଷତି’ ପହଞ୍ଚାଇଛି।

ଆହୁରି ପଢ଼ନ୍ତୁ

ଆଇସିଜେ ମାନବାଧିକାର ପରିଷଦ ନିକଟରେ ଦାବି କରିଛି, ଏହା ତଦନ୍ତ କରିବା ସହ ଭାରତ ସମେତ ବିଭିନ୍ନ ସଦସ୍ୟ ରାଷ୍ଟ୍ର ସହିଥିବା କ୍ଷତିର ଭରଣା ପାଇଁ ଚାଇନାର ପିପୁଲ୍ସ ରିପବ୍ଲିକ୍‌ ଅଫ୍‌ ଚାଇନା ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ। କରୋନାକୁ ଜୈବାସ୍ତ୍ର ବୋଲି ଅଭିହିତ କରିବା ସହ ଏହାକୁ ଚାଇନା ବିକଶିତ କରି ମାନବ ସମାଜ ବିରୋଧରେ ପ୍ରୟୋଗ କରିଥିବା କୁହାଯାଇଛି।

ଅଭିଯୋଗ ଅଣାଯାଇଛି, ଚାଇନା କିଛି ପଦକ୍ଷେପ ନନେବା ସହ ଏହାର ଭୟାବହତାକୁ ଅଣଦେଖା କରିଛି। ଏହା ଜୈବାସ୍ତ୍ର ପୂରା ମାନବ ସମାଜକୁ ଧ୍ୱଂସ କରିବାର କ୍ଷମତା ରଖିଥିବା କୁହାଯାଇଛି। ଏଥିରେ କୁହାଯାଇଛି ୨୦୧୯ ମସିହା ଡିସେମ୍ବର ୧ ବେଳକୁ ଏହି ଭାଇରସ୍‌ ବାବଦରେ ଜଣାପଡ଼ିଥିଲା। କିନ୍ତୁ ଜାନୁଆରୀ ୨୦୨୦ ଯାଏ ଚାଇନା ଏହାକୁ ସ୍ୱୀକାର କରିବା ବଦଳରେ ଗାଲେଇଥିଲା। ଏହି ମାସ ୨୩ ତାରିଖ ବେଳକୁ ଚାଇନାର ଉହାନ୍‌ରେ କ୍ୱାରେଣ୍ଟାଇନ୍‌ ବାବଦରେ ଘୋଷଣା କରାଯାଇଥିଲା।

[ad_2]
Show More
Back to top button