ଦେଶ

ହୃଦଘାତ ପରେ ଭେଣ୍ଟିଲେଟରରେ ଅଜିତ ଯୋଗୀ

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀ ପୁଣିଥରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖଯାଇଛି। ଆଜି ସେ ରାୟପୁର ସ୍ଥିତ ବାସଭବର ଗାର୍ଡେନରେ ବୁଲୁଥିବା ବେଳେ ହଠାତ୍ ଅଚେତ ହୋଇ ତଳେ ପଡ଼ିଯାଇଥିଲେ।

ଆହୁରି ପଢ଼ନ୍ତୁ

ତୁରନ୍ତ ଡାକ୍ତରଙ୍କୁ ଖବର ଦିଆଯାଇଥିଲା। ଡାକ୍ତର ଆସି ପ୍ରଥମେ ତାଙ୍କୁ ଘରେ ଚିକିତ୍ସା ଯୋଗାଇ ଦେଇଥିଲେ। ତେବେ ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁରରେ ଥିବା ନାରାଇନା ହସ୍ପିଟାକୁ ସ୍ଥାନାନ୍ତର କରାଯାଇଛି।

ମଧ୍ୟାହ୍ନ ୧୨.୩୦ରେ ସେ ହସ୍ପିଟାଲରେ ପହଞ୍ଚିବା ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ଡାକ୍ତରଖାନା ପକ୍ଷରୁ କୁହାଯାଇଛି ଯେ ୭୪ ବର୍ଷୀୟ ଯୋଗୀ ନିଃଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ତେଣୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ରହିଛି।

[ad_2]
Show More
Back to top button