ଦେଶନ୍ୟୁଜ୍ବାଣିଜ୍ୟରାଜ୍ୟ

ଆଡଭାନ୍ସଡ୍ ଫିଚର୍ ସହ ଲଞ୍ଚ୍ ହେଲା ନୂଆ Yamaha Fz

ସତ୍ୟଶିଖା (ନୂଆଦିଲ୍ଲୀ) ୦୯/୦୨/୨୦୨୧ :   ଦେଶର ପ୍ରମୁଖ ଦୁଇ ଚକିଆ ବାହାନ ତିଆରି କମ୍ପାନୀ ୟାମାହା ଭାରତରେ ନିଜର ସବୁଠାରୁ ଲୋକପ୍ରିୟ ବାଇକ୍ ଏଫ-ଜେଡ୍‌ର ଅପଡେଟ୍ ଭର୍ସନ ଲଞ୍ଚ୍ କରିଛି । ଏହି ନୂଆ ବାଇକ୍ ପୂର୍ବାପେକ୍ଷା ଅଧିକ ହାଲୁକା । ଏହାର ବଡି ଷ୍ଟାଇଲ୍ ମଧ୍ୟ ବହୁତ ଆକର୍ଷକ । ସେହିପରି ଏଫଜେଡଏସ-ଏଫଆଇ ମଡେଲରେ କମ୍ପାନୀ ବ୍ଲୁ-ଟୁଥ୍ ଫିଚର୍ ଆଡ୍ କରିଛି ।

ନୂଆ ଏଫ-ଜେଡ୍ ଏଫଆଇର ଏକ୍ସ ସୋରୁମ୍ ଦାମ୍ ୧,୦୩,୭୦୦ ଟଙ୍କା ଥିବା ବେଳେ ଏଫଜେଡଏସ-ଏଫଆଇର ଦାମ୍ ରହିଛି ୧,୦୭,୨୦୦ ଟଙ୍କା । ପୂର୍ବ ମଡେଲ ତୁଳନାରେ ଏହି ବାଇକ୍ ୨୫୦୦ ଟଙ୍କା ଅଧିକ ପଡିବ । କମ୍ପାନୀ ବାଇକର ଇଞ୍ଜିନରେ କୌଣସି ପରିବର୍ତ୍ତନ କରି ନାହିଁ । ଏଥିରେ ପୂର୍ବଭଳି ୧୪୯ ସିସି ଇଞ୍ଜିନ୍, ଫୁଏଲ୍ ଇଞ୍ଜେକ୍ଟେଡ୍ ବିଏସ-୬ ଇଞ୍ଜିନ୍ ରହିଛି । ଏହି ନୂଆ ମଡେଲ୍ ମ୍ୟାଟ୍ ରେଡ୍ କଲରରେ ଉପଲବ୍ଧ । ଏଥିରେ ବ୍ଲୁ ଟୁଥ କନେକ୍ଟିଭିଟି ରହିଛି । ଏହା ୟାମାହା ମୋଟର ସାଇକେଲ୍ କନେକ୍ଟ ଫିଚରରେ ଚାଲିଥାଏ ।

ନୂଆ ଲଞ୍ଚ୍ ହୋଇଥିବା ଏଫଜେଡ୍-ଏଫଆଇ ବାଇକ୍ ରେସିଂ ବ୍ଲୁ ଓ ମେଟାଲିକ୍ ବ୍ଲାକରେ ଉପଲବ୍ଧ । ସେହିପରି ଏଫଜେଡଏସ-ଏଫଆଇ ବ୍ଲୁ, ରେଡ୍, ଡାର୍କ ନାଇଟ୍, ମେଟ୍ ବ୍ଲାକ୍ ଆଦି ୫ କଲରରେ ଉପଲବ୍ଧ । ଏହାର ଓଜନ ମଧ୍ୟ ୧୩୭ରୁ ୧୩୫ କେଜିକୁ କମି ଯାଇଛି । ଯାହା ଚାଳକଙ୍କୁ ଅଧିକ କମଫର୍ଟ ପ୍ରଦାନ କରିବ । ନୂଆ ବାଇକରେ ସାଇଡ୍ ଷ୍ଟାଣ୍ଡ୍ ଇଞ୍ଜିନ୍ କଟଅଫ୍ ସୁଇଚ୍ ଦିଆଯାଇଛି । ଏହାସହ ଏକଜୋଷ୍ଟ୍ ସିଷ୍ଟମରେ ପରିବର୍ତ୍ତନ ହୋଇଛି । ଫଳରେ ଗାଡିର ସାଉଣ୍ଡ୍ ଅଧିକ ଦମଦାର୍ ଲାଗିବ । ବାଇକ୍ ଲଞ୍ଚ୍ ବେଳେ ୟାମାହା ମୋଟର ଇଣ୍ଡିଆ ଗ୍ରୁପର ନିର୍ଦ୍ଦେଶକ ମୋତୋଫୁମି ଶିତାରା କହିଛନ୍ତି ଯେ, ଏଫଜେଡ୍ ୟାମାହାର ଆଇକନିକ୍ ବ୍ରାଞ୍ଚ୍ ଅଟେ । ଭାରତରେ ପ୍ରତିବର୍ଷ ନୂଆ ଫିଚର୍ ସହ ଏହାକୁ ଲଞ୍ଚ୍ କରାଯାଉଛି । ଲୋକପ୍ରିୟ ବାଇକର ନୂଆ ଭର୍ସନ ଲଞ୍ଚ୍ ହୋଇଛି । ଏହା ସମସ୍ତଙ୍କୁ ପସନ୍ଦ ଆସିବ ବୋଲି ସେ କହିଛନ୍ତି ।

Show More
Back to top button