ମାସକ ମଧ୍ୟରେ ତୃତୀୟ ଭୂମିକମ୍ପ, ଚିନ୍ତାରେ ରାଜଧାନୀ ବାସିନ୍ଦା


ନୂଆଦିଲ୍ଲୀ: କରେନା ଭାଇରସ ଲକଡାଉନ୍ ମଧ୍ୟରେ ରାଜଧାନୀ ଦିଲ୍ଲୀକୁ ଘାରିଛି ଭୂମିକମ୍ପ ଚିନ୍ତା। ମାସକ ମଧ୍ୟରେ ଆଜିକୁ ମିଶାଇ ତୃତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଛି। ଆଜି ହୋଇଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୫ ରହିଛି। ଏହାର କେନ୍ଦ୍ରସ୍ଥଳ ଗାଜିଆବାଦ ରହିଛି। ଏହା ପୂର୍ବରୁ ୧୨ ଏବଂ ୧୩ ଏପ୍ରିଲରେ ଭୂମିକମ୍ପ ଅନୁଭୂତ ହେଉଥିଲା। ବାରମ୍ୱାର ଭୂମିକମ୍ପ ହେବା ପରେ ରାଜଧାନୀବାସିନ୍ଦା ଏବେ ଚିନ୍ତାରେ ପଡ଼ିଛନ୍ତି। କାରଣ ଲକଡାଉନ୍ ପାଇଁ ସମସ୍ତେ ଘରେ ରହୁଛନ୍ତି। ଅନ୍ୟପଟେ ଭୂମିକମ୍ପ ଅନୁଭୂତ ହେବା ପରେ ଜୀବନ ରକ୍ଷା ପାଇଁ ଘରୁ ବାହାରିବାକୁ ପଡ଼ିବ। ଏହି ଭୂମିକମ୍ପରେ କିନ୍ତୁ କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।
#Earthquake (#भूकंप) possibly felt 2 min ago in #Delhi #India. Felt it? See https://t.co/wPtMW5ND1t pic.twitter.com/z8xdvHEgw3
— EMSC (@LastQuake) May 10, 2020
ଆହୁରି ପଢ଼ନ୍ତୁ
ଏହା ପୂର୍ବରୁ ୧୨ ଏପ୍ରିଲରେ ସଂଧ୍ୟା ୫ଟା ୫୦ରେ ଦିଲ୍ଲୀ ଏନସିଆରରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଲକଡାଉନ୍ ପାଇଁ ସମସ୍ତେ ଘରେ ଭିତରେ ରହିଥିଲେ। ଏହି ସମୟରେ ଭୂମିକମ୍ପ ହୋଇଥିଲା। ଭୂମିକମ୍ପର ତୀବ୍ରତା ୩.୫ ରହିଥିଲା।। ସେହିପରି ଏପ୍ରିଲ ୧୩ରେ ଦ୍ୱିତୀୟ ଥର ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଦିଲ୍ଲୀର ପୂର୍ବାଞ୍ଚଳରେ ଭୂମିକମ୍ପର କେନ୍ରସ୍ଥଳ ଥିଲା। ଭୂମିକମ୍ପର ତୀବ୍ରତା ୨.୭ ରହିଥିଲା।
[ad_2]