ଜୀବନମନ୍ତ୍ରରୂପସଜ୍ଜା

କେଶ ପାଇଁ ସହଜ ଘରୋଇ ଉପଚାର

ସତ୍ୟଶିଖା ୨୦/୦୧/୨୦୨୧ :

ପ୍ରତ୍ୟେକ ଝିଅମାନଙ୍କର ଇଚ୍ଛା ଯେ ତାଙ୍କ କେଶ ଲମ୍ବା, ଘନ ଓ ରେଶମୀ ହେଉ । ମାତ୍ର ବର୍ତ୍ତମାନର ଜୀବନଶେଳୀ ଏପରି କେଶ ପାଇବା ଅସମ୍ଭବ ହୋଇପଡ଼ିଛି । ସମୟର ଅଭାବ ଏହାର ଏକ ମୁଖ୍ୟ କାରଣ । ଏହି କାରଣରୁ ଆମେ ଠିକ ଭାବେ କେଶର ଯତ୍ନ ନେଇପାରି ନଥାଉ । କିଛି ସହଜ ଓ ସରଳ ଉପାୟ ଦ୍ୱାରା ଆମେ କମ ସମୟରେ ଏହି ସମସ୍ୟାରୁ ମୁକ୍ତି ପାଇପାରିବା । ଜାଣନ୍ତୁ…….
ମେଥି –
ରାତିରେ ମେଥିକୁ ଭିଜାଇ ସକାଳେ ଏହାକୁ ପେଷି (ଗ୍ରାଇଣ୍ଡିଙ୍ଗ ) କରି କେଶରେ ଲଗାଇ ୨ଘଣ୍ଟା ରଖନ୍ତୁ । ଏହା ପରେ ଏହାକୁ ସାସାନ୍ୟ ଉଷୁମ ପାଣିରେ ଧୋଇ ଦିଅନ୍ତୁ । ଏହା ଦ୍ୱାରା କେଶ ଖୁବ ଘନ ହୋଇଥାଏ ।
ଅଁଳା ଗୁଣ୍ଡ ଓ ନଡ଼ିଆ ତେଲ –
ନଡ଼ିଆ ତେଲରେ ଅଁଳାଗୁଣ୍ଡ ମିଶାଇ ଉଷୁମ କରିଦିଅନ୍ତୁ । ଏହାକୁ ସପ୍ତାହକୁ ୨ରୁ ୩ଥର ଲଗାଇଲେ ଏହା କେଶ ପାଇଁ ଖୁବ ଉପକାରୀ ।
ଅଲିଭ ଅଏଲ ଓ ଦହି –
ଅଲିଭ ଅଏଲ ଓ ଦହିକୁ ମିଶାଇ ଆପଣ କେଶ ପାଇଁ ଏକ ପେଷ୍ଟ ପ୍ରସ୍ତୁତ କରି ଦିଅନ୍ତୁ ।ଆବଶ୍ୟକ ସାମଗ୍ରୀ –
୧ ଚାମଚ ଅଲିଭ ଅଏଲ
୧କପ ଦହି
୧ ଚାମଚ ଲେମ୍ବୁ ରସ
୨ କପ ପାଣି
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ପାଣି , ଲେମ୍ବୁରସ ମିଶାଇ ରଖନ୍ତୁ । ପରେ ଦହି ଓ ଅଲିଭ ଅଏଲକୁ ମିଶାଇ ଦିଅନ୍ତୁ । ଏହା ପରେ ଏହାକୁ କେଶରେ ଲଗାଇ ୪୦ ରୁ ୫୦ ମିନିଟ ରଖନ୍ତୁ । ନିର୍ଦ୍ଧାରିତ ସମୟ ପରେ ସାମ୍ପୁରେ ମୁଣ୍ଡ ଧୋଇ ଦିଅନ୍ତୁ ।
ନଡ଼ିଆ ତେଲ ଓ ମହୁ –
୧ କପ ନଡ଼ିଆ ତେଲରେ ଏକ କପ ମହୁ ମିଶାଇ ଏହାକୁ ଭଲ ଭାବେ ଫେଣ୍ଟି ଦିଅନ୍ତୁ । ସପ୍ତାହକୁ ୨ଥର ଏହାକୁ କେଶର ମୂଳରେ ଭଲ ଭାବେ ଘଷି ଲଗାନ୍ତୁ । ରାତିରେ ଲଗାଇ ସକାଳେ ସାମ୍ପୋରେ ଧୋଇ ଦିଅନ୍ତୁ । ଏପରି କରିବା ଦ୍ୱାରା କେଶ ଲମ୍ବା ଓ ଘନ ହେବା ସହ ରେଶମୀ , ଆକର୍ଷିତ ମଧ୍ୟ ହୋଇଥାଏ । ଏହାକୁ ଥରେ ପ୍ରସ୍ତୁତ କରି ୨ରୁ୩ ସପ୍ତାହ ବ୍ୟବହାର କରିପାରିବେ । ଏହା କେଶ ଉପୁଡ଼ିବା ବହୁ ପରିମାଣରେ କମ କରିଥାଏ ।
ଅଣ୍ଡା –
ଅଣ୍ଡାକୁ ଏକ ପାତ୍ରରେ ଭଲ ଭାବେ ଫେଣ୍ଟି କେଶରେ ଲଗାଇ ଦିଅନ୍ତୁ । ଏହାକୁ ୨ ଘଣ୍ଟା ରଖିବା ପରେ ସାମ୍ପୋରେ ଧୋଇ ଦିଅନ୍ତୁ । ଏହା କେଶ ପାଇଁ ଖୁବ ଲାଭଦାୟକ ଅଟେ ।

Show More
Back to top button