ନ୍ୟୁଜ୍
ରାଜ୍ୟରେ ସଂକ୍ରମଣକୁ ନେଇ ଡାକ୍ତର ନିରଜ ମିଶ୍ରଙ୍କ ବଡ ବୟାନ l


ସତ୍ୟଶିଖା ୦୯.୦୮.୨୦୨୦ : ୨୪ ଘଂଟା ମଧ୍ୟରେ କରୋନା ସଂକ୍ରମଣରେ ଆଜି ଗଞ୍ଜାମକୁ ଟପିଛି ଖୋର୍ଦ୍ଧା । ଏନେଇ ବିଶେଷଜ୍ଞ ଡାକ୍ତର ନୀରଜ ମିଶ୍ର କହିଛନ୍ତି, ବର୍ତମାନ ଭୁବନେଶ୍ୱରରେ କରୋନା ସଂକ୍ରମଣ ପିକରେ ଅଛି । ୧୫ରୁ ୨୦ ଦିନ ମଧ୍ୟରେ ଏହା ଧୀରେ ଧୀରେ କମିବା ଆରମ୍ଭ ହେବ । ଅଗଷ୍ଟ ଶେଷ ସୁଦ୍ଧା ସଂକ୍ରମଣ ସଂଖ୍ୟା କମିଯିବ ବୋଲି ଆଶା କରାଯାଇପାରେ । ଅକ୍ଟୋବର ମଧ୍ୟ ସୁଦ୍ଧା ଏହି ମହାମାରୀର ସବୁଠାରୁ ଖରାପ ସମୟ ଗତି କରିସାରିଥିବ । ସେହିଭଳି ଗଞ୍ଜାମ ସମ୍ପର୍କରେ ନୀରଜ ମିଶ୍ର କହିଛନ୍ତି, ଗଞ୍ଜାମରେ ପୂର୍ବରୁ ପଜିଟିଭ ମାମଲା ଅଧିକ ସଂଖ୍ୟାରେ ବଢିଥିଲା ଏବଂ ପିକ ସମୟ ଅତିବାହିତ କରିସାରିଛି । ଆଉ କିଛି ଦିନ ମଧ୍ୟରେ ଏହା ଜଣାପଡିବ । କାରଣ ଗଞ୍ଜାମରେ ଲକଡାଉନ ଉଠିବା ପରେ କରୋନା କେସ କମିଛି । ଆଉ କିଛି ଦିନ ମଧ୍ୟରେ ଯଦି କେଶ ନ ବଢେ ଆମେ ଜାଣିବା ଗଞ୍ଜାମ ପିକ ସମୟ ଅତିକ୍ରମ କରିସାରିଲାଣି ।