ଓଭରଲୋଡିଂ ପାଇଁ ୬ ଲକ୍ଷରୁ ଅଧିକ ଟଙ୍କା ଫାଇନ କାଟିଲେ ଆରଟିଓ


କାମାକ୍ଷାନଗର (ବିଦ୍ୟାଧର ବରାଳ): ଓଭରଲୋଡିଂ ପାଇଁ ୧୦ଟି ମେଟାଲ ବୋଝେଇ ହାଇୱାରୁ ୬ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ ଆଦାୟ କରିଛନ୍ତି ଢେଙ୍କାନାଳ ଆରଟିଓ। ଗତକାଲି ଏହି ହାଇୱା ଗୁଡ଼ିକ ମେଟାଲ ନେଇ ଚଣ୍ଡିଖୋଲରୁ ଆସୁଥିଲେ। ତାଳଚେର-ଡୁବୁରୀ ନିର୍ମାଣାଧୀନ ରେଲୱେ ପ୍ରକଳ୍ପ ପାଇଁ ମେଟାଲ ଗୁଡ଼ିକ ଅଣାଯାଉଥିଲା। ତେବେ ହାଇୱା ଗୁଡ଼ିକ ଓଭରଲୋଡିଂ ହୋଇଥିଲା। ତେଣୁ କାମାକ୍ଷାନଗର ପୁଲିସ୍ ଖବର ପାଇ ଗାଡ଼ି ଗୁଡ଼ିକୁ ଜବତ କରିଥିଲା। ପରେ ଢେଙ୍କାନାଳ ଆରଟିଓ ଘଟଣାସ୍ଥଳରେ ପହଞ୍ଚି ୬ ଲକ୍ଷରୁ ଉର୍ଦ୍ଧ ଟଙ୍କା ଫାଇନ କାଟିଥିଲେ। ଏହି ଗାଡ଼ି ଗୁଡ଼ିକର ପରମିଟ୍ ଓ ଅନ୍ୟାନ କାଗଜପତ୍ର ଯାଞ୍ଚ କରାଯାଉଛି।
ଆହୁରି ପଢ଼ନ୍ତୁ
ଢେଙ୍କାନାଳ ଆରଟିଓ ବସନ୍ତ ମାଝୀ କହିଛନ୍ତି ଯେ ଗତକାଲି ଏହି ହାଇୱା ଗୁଡ଼ିକ ମେଟାଲ ଓଭରଲୋଡିଂ କରି ଯାଜପୁର ଜିଲ୍ଲା ଚଣ୍ଡିଖୋଲରୁ ଆସୁଥିଲା। କାମାକ୍ଷାନଗରଠାରେ ଏହି ଗାଡ଼ି ଗୁଡ଼ିକ ଜବତ କରି ୬ଲକ୍ଷ ୫୦ ହଜାର ଫାଇନ କଟାଯାଇଥିଲା। ଗାଡ଼ି ମାଲିକ ଏପର୍ଯ୍ୟନ୍ତ ଆସିନାହାନ୍ତି। ସେ ଆସିଲାପରେ ଗାଡ଼ିର ଅନ୍ୟ କାଗଜପତ୍ର ଗୁଡ଼ିକ ଯାଞ୍ଚ କରାଯିବ। ଯଦି ଗାଡ଼ିର ଅନ୍ୟ କାଗଜପତ୍ର ନ ଥିବ ତାହାହେଲେ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।