ଦେଶନ୍ୟୁଜ୍ବିଦେଶ

ଭାରତର ରେକର୍ଡ ଭାଙ୍ଗିଲା SpaceX

ସତ୍ୟଶିଖା (ନୂଆଦିଲ୍ଲୀ) ୨୫/୦୧/୨୦୨୧ : ମହାକାଶରେ ପୁଣି ଇତିହାସ ରଚିଛି ସ୍ପେସ୍‌ ଏକ୍ସ (SpaceX) । ଯାହାକି ଏକ ବିଶ୍ୱ ରେକର୍ଡ଼ । ଏହାପୂର୍ବରୁ ଏହି ରେକର୍ଡ ଭାରତରେ ନାମରେ ଥିଲା । କିନ୍ତୁ ଏବ ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ନାଁରେ ହୋଇଛି । ବ୍ୟବସାୟୀ ଏଲନ୍‌ ମାସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ (SpaceX) ନାଁରେ ଏହି ବିଶ୍ୱ ରେକର୍ଡ ହୋଇଛି । କମ୍ପାନୀ ମହାକାଶକୁ ଏକାସାଙ୍ଗେ ୧୪୩ ଟି ସାଟେଲାଇଟ୍‌ ପଠାଇଛି । ଯାହାକି ଏକ ରେକର୍ଡ । ଏହାପୂର୍ବରୁ ଏହି ରେକର୍ଡ ଭାରତ ନାଁରେ ଥିଲା । ୨୦୧୭ରେ ଭାରତ ଏକସାଙ୍ଗେ ୧୦୪ଟି ସାଟେଲାଇଟ୍‌ ଲଞ୍ଚ କରି ରେକର୍ଡ ସୃଷ୍ଟି କରିଥିଲା । କିନ୍ତୁ ଏବେ ଏହି ରେକର୍ଡ ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ (SpaceX) ନାଁରେ ହୋଇଛି ।

ତେବେ ଭାରତୀୟ ସମୟନୁସାରେ ରବିବାର ବିଳମ୍ବିତ ରାତିରେ ଏହି ସାଟେଲାଇଟ୍‌ ଲଞ୍ଚ କରାଯାଇଛି । ଏହାପୂର୍ବରୁ ଏହି ସାଟେଲାଇଟ୍‌କୁ ଡିସେମ୍ବରରେ ଲଞ୍ଚ କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇଥିଲା । କିନ୍ତୁ କିଛି  ବୈଷୟିକ ତ୍ରୁଟି ଲାଗି ସାଟେଲାଇଟ୍‌ ଲଞ୍ଚକୁ ଘୁଞ୍ଚାଯାଇଥିଲା । ଶନିବାର ଦିନ ଖରାପ ପାଣିପାଗ ପାଇଁ ମଧ୍ୟ ପୁଣି ଥରେ ସାଟେଲାଇଟ ଲଞ୍ଚକୁ ସ୍ଥଗିତ ରକାଯାଇଥିଲା ।ଶେଷରେ କମ୍ପାନୀ ପକ୍ଷରୁ ସାଟେଇଲାଇଟ୍‌କୁ ଲଞ୍ଚ କରାଯାଇଛି । ସ୍ପେସ୍‌ ଏକ୍ସ କମ୍ପାନୀ ଏହି ସମସ୍ତ ସାଟେଲାଇଟ୍‌କୁ Falcon 9ରେ ଲଞ୍ଚ କରିଛି । ଫ୍ଲୋରିଡ଼ାର କେପ କେନିଭାର୍ଲରେ ଭାରତୀୟ ସମୟ ମୁତାବିକ ରାତି ୮ଟା ୩୧ ମିନିଟରେ Falcon 9 ରକେଟ ଲଞ୍ଚ କରାଯାଇଥିଲା । ଏହି ରକେଟକୁ ଭାରତ ଉପରେ ଉଡି ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଇସ୍ରୋ ପକ୍ଷରୁ ବେଙ୍ଗାଲୁରୁରେ ଏହା ସିଗ୍‌ନାଲ୍‌କୁ ଟ୍ରାକ କରାଯାଇଥିଲା ।

ଏହାପୂର୍ବରୁ ସ୍ପେସ୍‌ ଏକ୍ସ କମ୍ପାନୀ  ସର୍ବାଧିକ ୪୮ଟି ସାଟେଲାଇଟ୍‌ ମହାକାଶକୁ ପଠାଇଥିଲା । ଏକ ଘରୋଇ କମ୍ପାନୀ ସାଟେଲାଇଟ୍‌‌ ମହାକାଶକୁ ପଠାଇବା ପ୍ରଥମ ଘଟଣା ଥିଲା ।  ଆମେରିକୀୟ ବ୍ୟବସାୟୀ ଏଲନ ମାସ୍କଙ୍କ କମ୍ପାନୀ ସ୍ପେସ୍‌ ଏକ୍ସ ସାଟେଲାଇଟ୍‌ ଲଞ୍ଚ କରିବା ପାଇଁ ୧୦ଲକ୍ଷ ଡଲାର ନେଇଥାନ୍ତି ।

Show More
Back to top button