ଦେଶ

ଫସଲ ଚିହ୍ନି ପାରିବେନି ରାହୁଲ ଗାନ୍ଧୀ: ଗିରିରାଜ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ କରୋନା ରିଲିଫ୍ ପ୍ୟାକେଜକୁ ସମାଲୋଚନା କରିବା ପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ପାଲଟା ଜବାବ ଦେଇଛନ୍ତି। ଏହାସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି।

ଆହୁରି ପଢ଼ନ୍ତୁ

ଏକ ଘରୋଇ ଚ୍ୟାନେଲକୁ ସାକ୍ଷାତକାର ଦେବେ ବେଳେ ସେ କହିଛନ୍ତି, ମମତା ବାନାର୍ଜୀ ଉତ୍ତର କୋରିଆର ଏକଛତ୍ରବାଦ ଶାସକ କିମ୍ ଜଙ୍ଗ ସହିତ ସମାନ। ସୂଚନାଯୋଗ୍ୟ, କେନ୍ଦ୍ରର ୨୦ ଲକ୍ଷ କୋଟିର ଆର୍ଥିକ ପ୍ୟାକେଜକୁ ମମତା ଶୂନ ବା ଜୀରୋ ପ୍ୟାକେଜ ବୋଲି କହିଥିଲେ। ଏହାଦ୍ୱାରା କୌଣସି ଲୋକ ଉପକୃତ ହେବେନି ବୋଲି ମମତା କହିଥିଲେ।

ସେହିପରି ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରି ଗିରିରାଜ କହିଛନ୍ତି, ବିଲକୁ ଗଲେ କେଉଁ ଫସଲ ହୋଇଛି ରାହୁଲ ଗାନ୍ଧୀ ଜାଣିପାରିବେନି। କରୋନାକୁ ନେଇ କଂଗ୍ରେସ ରାଜନୀତି କରିବାରେ ବ୍ୟସ୍ତ ବୋଲି ଗିରିରାଜ କହିଛନ୍ତି। ଆଜି ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କ ଆର୍ଥିକ ପ୍ୟାକେଜକୁ ନୈରାଶ୍ୟଜନକ ବୋଲି କହିଥିଲେ। ଲୋକଙ୍କୁ ଋଣ ଦେବା ପରିବର୍ତ୍ତେ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧା ଟଙ୍କା ପଠାଇବା ଦରକାର। ସରକାରଙ୍କ ଏହି ପ୍ୟାକେଜରେ ସାଧାରଣ ଲୋକ ଉପକୃତ ହେବେ ନାହିଁ ବୋଲି ରାହୁଲ କହିଥିଲେ। ଏହାପରେ ଗିରିରାଜ ରାହୁଲଙ୍କୁ ଏଭଳି ସମାଲୋଚନା କରିଛନ୍ତି।

[ad_2]
Show More
Back to top button