ବିଦ୍ୟୁତ୍ ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ୧୦ ମୃତ


ଅମରାବତୀ: କାମସାରି ଘରକୁ ଫେରିବା ବେଳେ ୧୦ ଶ୍ରମିକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଆନ୍ଧ୍ରପ୍ରଦେଶ ପ୍ରକଶମ ଜିଲ୍ଲାର ନଗୁଲୁପଡ୍ଡାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଆଜି ସଂଧ୍ୟାରେ ଏକ ଟ୍ରାକ୍ଟରରେ ଫେରୁଥିଲେ ଏହି ୧୦ ଶ୍ରମିକ। ଟ୍ରାକ୍ଟରଟି ରାସ୍ତାରେ ଏକ ବିଦ୍ୟୁତ୍ ଖୁଣ୍ଟରେ ବାଡ଼େଇ ହୋଇଯିବାରୁ ଟ୍ରାକ୍ଟରଟି ଭାରସାମ୍ୟ ହରାଇଥିଲା। ପରେ ଓଲଟି ପଡ଼ିବାରୁ ଡ୍ରାଇଭରଙ୍କ ସମେତ ମୋଟ୍ ୧୦ ଜଣ ପ୍ରାଣ ହରାଇଛନ୍ତି। ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ହସ୍ପିଟାଲରେ ମୃତ୍ୟୁ ବରଣ କରିଛନ୍ତି। ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁକ୍ତ ୨ ଛାତ୍ର ରହିଛନ୍ତି।
ଆହୁରି ପଢ଼ନ୍ତୁ
ଟ୍ରାକ୍ଟରରେ ମୋଟ୍ ୧୫ ଜଣ ଲୋକ ଥିଲେ। ୧୦ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆହତଙ୍କୁ ଅନଗୋଲ ସହରରେ ଥିବା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ମୃତକଙ୍କ ପରିବାର ପ୍ରତି ଶୋକ ପ୍ରକାଶ କରିଛନ୍ତି। ଆହତଙ୍କୁ ଅଧିକ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।