ନ୍ୟୁଜ୍ରାଜ୍ୟସ୍ୱାସ୍ଥ୍ୟ

ଆଜି କଟକ, ଖୋର୍ଦ୍ଧାରେ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ

ସତ୍ୟଶିଖା(ଭୁବନେଶ୍ୱର) ୧୩.୧୨.୨୦୨୧:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଖୋର୍ଦ୍ଧା ଓ କଟକ ଜିଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନର ଶୁଭାରମ୍ଭ କରିବେ। ସକାଳ ୧୦ଟା ୪୫ରେ କଟକ ଉପର ବାଲିଯାତ୍ରା ପଡିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କରିବେ। ଏହାସହିତ କଟକ ଜିଲାବାସୀଙ୍କ ପାଇଁ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ୧୧ ଟା ୪୦ ମିନିଟରେ ଖୋର୍ଦ୍ଧା ଜିଲା ବେଗୁନିଆସ୍ଥିତ ବିଜୁ ପଟ୍ଟନାୟକ ଷ୍ଟାଡିୟମରେ ପହଞ୍ଚି ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନ କରିବେ। ଏହାସହିତ ୯୮୬ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ବୋଲି ସୂଚନା ମିଳିଛି।

Show More
Back to top button