

ସତ୍ୟଶିଖା(ଭୁବନେଶ୍ୱର )୨୬.୦୯ . ୨୦୨୨: ଆପଣ ନିଜ ଡାଏଟକୁ ନେଇ ହୋଇଯାଆନ୍ତୁ ଅଧିକ ସଜାଗ । କାରଣ ପ୍ରତିଦିନ ଖାଇବାରେ ଆପଣ ଏପରି ଜିନିଷ ଖାଉଛନ୍ତି ଯାହାକୁ ଥରେ ଖାଇଲେ ଜୀବନର କିଛି ମିନିଟ୍ କମିଯାଉଛି। ସେହିପରି କିଛି ପୁଷ୍ଟିକର ଖାଦ୍ୟ ଖାଇଲେ ଏହାର ପରିଣାମ ସ୍ୱରୂପ ଆପଣ କିଛି ମିନିଟ୍ ଅଧିକ ବଞ୍ଚିବାର ସୌଭାଗ୍ୟ ପାଉଛନ୍ତି। ଯେପରି ଥରେ ପିଜ୍ଜା ଖାଇଲେ ଆପଣଙ୍କ ଆୟୂଷ ୭.୮ ମିନିଟ୍ ପର୍ଯ୍ୟନ୍ତ କମ୍ ହେଉଛି। ସେହିପରି ସୋଲମନ ଫିସ୍ ଖାଇଲେ ଆୟୁ ୧୩.୫ ମିନିଟ୍ ବଢ଼ୁଛି । ତେଣୁ ଯାହା ଖାଉଛନ୍ତି ଭାବିଚିନ୍ତି ଖାଆନ୍ତୁ। ଏପରି ଷ୍ଟଡି କରି କେଉଁ ଖାଦ୍ୟ ଖାଇବେ ନ ଖାଇବେ ତାହା ଉପରେ ବିସ୍ତୃତ ଭାବେ କହିଛନ୍ତି ମିଶିଗନ ବିଶ୍ୱବିଦ୍ୟାଳୟର ପ୍ରଫେସର ।
ୱାର୍ଲ୍ଡ ଲାଇଫ୍ ବିଶେଷଜ୍ଞଙ୍କ କହିବାନୁଯାୟୀ, ଭାରତରେ ସାଧାରଣତଃ ପୁରୁଷଙ୍କ ହାରାହାରି ବୟସ ୬୯.୫ ଓ ମହିଳାଙ୍କ ଆୟୂଷ ୭୨.୨ ରହିଛି। ହାର୍ଟ ସମ୍ବନ୍ଧିତ ବେମାରୀ, ଫୁସଫୁସଜନିତ ବେମାର, ଷ୍ଟ୍ରୋକ, ଡାଇବେଟିସ ସମେତ ପାଖାପାଖି ୫୦ ପ୍ରକାର ରୋଗ ଏବେ ଅକାଳ ମୃତ୍ୟୁର କାରଣ ସାଜୁଛି। ଯାହାକି ଯୁବର୍ଗଙ୍କ ପାଇଁ ଏକ ବଡ଼ ସତର୍କ ଘଣ୍ଟି ଭାବେ ଉଭା ହୋଇଛି। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯିଏ ଭଲ ଖାଦ୍ୟାଭାଦ ରଖିଥାଏ ସେ ଦୀର୍ଘାୟୁ ହୋଇଥାଏ । ଏହାବାଦ ଯିଏ ଅଧିକ ଫାଷ୍ଟଫୁଡ, ତେଲମସଲା ଜାତୀୟ ଖାଦ୍ୟ ଖାଇଥାଏ ତାହାର ଆୟୂଷ କମିଥାଏ।
ଦ ଟେଲିଗ୍ରାଫରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କିଛି ଖାଇବା ପଦାର୍ଥ ଓ ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା ଏହାର ପ୍ରଭାବ ସମ୍ପର୍କରେ ଜାଣିବା ପାଇଁ ମିଶିଗନ ବିଶ୍ୱବିଦ୍ୟାଳୟର ପ୍ରଫେସର ଏକ ରିସର୍ଚ୍ଚ କରିଥିଲେ। ରିସର୍ଚ୍ଚରେ ମିଳିଥିବା ତଥ୍ୟ ଅନୁଯାୟୀ, ଏପରି କିଛି ଜିନିଷ ଅଛି ଯାହାକୁ ଖାଇବା ଦ୍ୱାରା ଆପଣଙ୍କ ଆୟୂଷ କିଛି ମିନିଟ ବଢ଼ିଥାଏ ତଥା କମିଥାଏ।
ରିସର୍ଚ୍ଚ ଅନୁଯାୟୀ, ଥରେ ହଟ୍ ଡଗ୍ ଖାଇବା ଦ୍ୱାରା ଜୀବନର ୨୬ ମିନିଟ୍ କମ୍ ହେଉଛି। ଚିଜ୍ ବର୍ଗର ଖାଇଲେ ୨ ମିନିଟ୍ କମୁଛି। ଥରେ ସଫ୍ଟ ଡ୍ରିଙ୍କ୍ସ ପିଇଲେ ଜୀବନର ୧୨.୪ ମିନିଟ ଓ ପିଜ୍ଜା ଖାଇଲେ ୭.୮ ମିନିଟ୍ ପର୍ଯ୍ୟନ୍ତ କମ୍ ହେଉଛି। ଏହାବାଦ ପ୍ରୋସେସଡ ମିଟ୍ ଥରେ ଖାଇଲେ ଆପଣଙ୍କ ଜୀବନର ୨୬ ମିନିଟ୍ କମ୍ ହେବ ।