ଅପରାଧନ୍ୟୁଜ୍ରାଜ୍ୟ

୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା

ଆଖି ପିଛୁଳାକେ ସୁନା ଦୋକାନରୁ ଲୁଟ । କିଛି ସେକେଣ୍ଡ ଭିତରେ ୯୦ ଗ୍ରାମ ସୁନା ଲୁଟି ନେଲା ଲୁଟେରା । ଯାହାର ଲାଇଭ ଚିତ୍ର ସିସିଟିଭିରେ କଏଦ ହୋଇଛି । ବୌଦ୍ଧ ସାହାଜପାଲ୍ ଛକ ନିକଟରେ ଥିବା ପ୍ରଜିତା ଜୁଏଲସରେ ହୋଇଛି ଲୁଟ ।

ସୂଚନା ମୁତାବକ, ସୁନା ଦୋକାନୀ ମାଲିକଙ୍କ ପୁଅ ଦୀପକ କୁମାର ପୃଷ୍ଟି ସକାଳ ୯ଟାରେ ଦୋକାନ ଖୋଲୁଥିଲେ । ସଟର ଖୋଲିବା ବେଳେ ସଟରରେ କିଛି ମଇଳା ଲାଗିଥିଲା । ମଇଳା ସଫା କରିବା ପାଇଁ ପଡ଼ୋଶୀ ଘରକୁ ପାଣି ଆଣିବାକୁ ଯାଇଥିଲେ । ଠିକ୍ ଏହି ସମୟରେ ଧଳା ରଙ୍ଗର ସାର୍ଟ ପିନ୍ଧିଥିବା ଜଣେ ଯୁବକ ଦୌଡ଼ି ଆସି ସୁନା ଦୋକାନର ସର୍ଟର ଟେକି ଏକ ବ୍ୟାଗ ଧରି ସେଠାରୁ ଚମ୍ପଟ ମାରିଥିଲା । ପଡ଼ୋଶୀ ଘରୁ ପାଣି ଆଣି ଆସିବା ପରେ ଦୋକାନ ସର୍ଟର ଟେକା ହୋଇଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ଦୀପକ । ପରେ ଦୋକାନ ଭିତରେ ସୁନା ବ୍ୟାଗ ନଥିବା ଜାଣିପାରିଥିଲେ । ପାଖ ଦୋକାନରେ ଲାଗିଥିବା ସିସିଟିଭ ଫୁଟେଜରୁ ଲୁଟ ନେଇ ଜାଣିବାକୁ ପାଇଥିଲେ ଦୀପକ । ଘଟଣା ସମ୍ପର୍କରେ ଦୀପକ ବାଉଁଶୁଣୀ ଥାନାରେ ଅଭିଯୋଗ କରିବା ପରେ ଏନେଇ ତଦନ୍ତ କରୁଛି ପୋଲିସ ।

Show More
Back to top button