ଦେଶସ୍ୱାସ୍ଥ୍ୟ

ଏଣିକି ଘରେ ରହି କରିପାରିବେ କରୋନା ପରୀକ୍ଷା

ସତ୍ୟଶିଖା(ନୂଆଦିଲ୍ଲୀ ) ୨୧.୦୫.୨୦୨୧: ଦେଶରେ କରୋନା ଆକ୍ରାନ୍ତ ଚିହ୍ନଟ ପାଇଁ ଦିନକୁ ୧୬-୧୯ ଲକ୍ଷ ନମୁନା ପରୀକ୍ଷା ହେଉଛି। ମେ’ ୧୯ରେ ହୋଇଥିଲା ୨୦ଲକ୍ଷରୁ ଅଧିକ ନମୁନା ପରୀକ୍ଷା। କିନ୍ତୁ ଅନେକ ଅଭିଯୋଗ କରୁଛନ୍ତି ଲ୍ୟାବ ଦ୍ୱାରା କୋଭିଡ -୧୯ ପରୀକ୍ଷା କରିବା ସହଜ ନୁହେଁ। ସେଥିପାଇଁ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଏକ ସ୍ୱୟଂ ପରୀକ୍ଷଣ କିଟ “କୋଭିସେଲ୍ଫ”କୁ ଅନୁମୋଦନ କରିଛି। ଏଣିକି ଏହି କିଟ୍ ଦ୍ଵାରା ଯେକୌଣସି ବ୍ୟକ୍ତି ଘରେ କରୋନା ପରୀକ୍ଷା କରିପାରିବେ।

କୋଭିଡ-୧୯ ନମୁନା ପରୀକ୍ଷା ପାଇଁ ଆଉ ନିର୍ଦ୍ଦିଷ୍ଟ ପାଥୋଲୋଜିକାଲ ଲାବୋରେଟୋରୀକୁ ଯିବାର ଆବଶ୍ୟକତା ନାହିଁ। ଏବେ ସାର୍କ-କୋଭ-୨ର ଉପସ୍ଥିତି କୋଭିସେଲ୍ଫ ମାଧ୍ୟମରେ ଜାଣିହେବ। ଏହା ହେଉଛି ଏକ ରା଼ପିଡ଼ ଆଣ୍ଟିଜେନ୍ ଟେଷ୍ଟ (ଆରଏଟି)। କୋଭିସେଲ୍ଫରେ କେବଳ ନାଜାଲ ନମୁନା ନେଇ କରୋନା ପରୀକ୍ଷା କରିହେବ। ଆଇସିଏମଆର କହିଛି ଆରଏଟି ଦ୍ୱାରା କେବଳ କରୋନା ଲକ୍ଷଣ ଥିବା ବ୍ୟକ୍ତି ବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତି ଘରେ ନିଜର ପରୀକ୍ଷା କରିପାରିବେ।

କୋଭିସେଲ୍ଫ କିଟ୍ ଦ୍ୱାରା ନମୁନା ପରୀକ୍ଷା କରିବାକୁ ଡାକ୍ତରଙ୍କ କୌଣସି ପ୍ରେସକ୍ରିପସନର ଆବଶ୍ୟକ ନାହିଁ। ୧୮ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ନିଜର ନାଜାଲ ସ୍ୱାବ ଗ୍ରହଣ କରି ଏହି ପରୀକ୍ଷା କରିପାରିବେ। କୋଭିସେଲ୍ଫ କିଟ୍ ଏକ ମାନୁଆଲ୍ ସହିତ ଆସିବ। କିଟରେ ନାଜାଲ ସ୍ୱାବ, ପ୍ରି ଫିଲଡ ଏକ୍ସଟ୍ରାକ୍ସନ ଟ୍ୟୁବ୍ ଓ ଟେଷ୍ଟ କାର୍ଡ ରହିଛି। କୋଭିସେଲ୍ଫ କିଟ୍ କିଣିବା ପରେ ଉପଭୋକ୍ତାମାନେ ମୋବାଇଲ୍ ଫୋନରେ ମାଇଲାବ୍ ଆପ୍ ଡାଉନଲୋଡ୍ କରି ପରିଚୟପତ୍ର ପୂରଣ କରିବେ।

Show More
Back to top button