ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଓ ରୋଗରୁ ମୁକ୍ତି ଦେବ ତେଜପତ୍ର


ସତ୍ୟଶିଖା(ଭୁବନେଶ୍ୱର ) ୦୮.୦୨.୨୦୨୨ : ତେଜପତ୍ର ପ୍ରାୟତଃ ସମସ୍ତଙ୍କ ରୋଷେଇଘରେ ସହଜରେ ଉପଲବ୍ଧ। କୌଣସି ତରକାରୀରେ ତେଜପତ୍ର ପଡ଼ିଲେ ଏହାର ସ୍ବାଦ ଦ୍ବିଗୁଣିତ ହୋଇଯାଇଥାଏ। ହେଲେ କ’ଣ ଆପଣ ଜାଣନ୍ତି ତେଜପତ୍ର ଖାଲି ତରକାରୀର ସ୍ବାଦ ବଢାଇ ନଥାଏ, ବରଂ ଏହାର ରହିଛି ଅନେକ ସ୍ବାସ୍ଥ୍ୟପୋକାରୀ ଗୁଣ। ଏହାକୁ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବଢିବା ସହ ଶରୀରର ଅନେକ ରୋଗ ଦୂର ହୋଇଥାଏ।
କିଡ୍ନୀ ରୋଗ ଦୂର କରିବାରେ ସହାୟକ ହୋଇଥାଏ: ତେଜପତ୍ର ସେବନ ଦ୍ୱାରା କିଡନୀ ରୋଗରେ ପୀଡ଼ିତ ଲୋକଙ୍କୁ ଅନେକ ଫାଇଦା ମିଳିଥାଏ। ବିଭିନ୍ନ ବ୍ୟଞ୍ଜନରେ ଏହାକୁ ପକାଇଲେ, କିଡନୀରେ ଷ୍ଟୋନ ସୃଷ୍ଟି ହୁଏ ନାହିଁ । ଏହାଦ୍ୱାରା ପରିସ୍ରା ସମ୍ବନ୍ଧୀୟ ସମସ୍ୟାଗୁଡ଼ିକ ମଧ୍ୟ ଦୂର ହୋଇଥାଏ।
ଖାଦ୍ୟ ହଜମ କରିବାରେ ସାହାଯ୍ୟ କରେ: ଅନେକ ଲୋକଙ୍କୁ ଖାଦ୍ୟ ହଜମ କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଭୋଜନ କରିବା କ୍ଷଣି ସେମାନଙ୍କୁ କୋଷ୍ଠକାଠିନ୍ୟ, ଗ୍ୟାସ୍ ଜନିତ ରୋଗ ଭଳି ସମସ୍ୟା ହୋଇଥାଏ। ଏମିତିରେ ଯଦି ସେମାନେ ତେଜପତ୍ର ପଡ଼ିଥିବା ଖାଦ୍ୟ ଖାଇବେ ତେବେ ପେଟ ସହ ଜଡ଼ିତ ସମସ୍ୟାରୁ ଅନେକ ମାତ୍ରାରେ ଉପଶମ ପାଇପାରିବେ।