ନ୍ୟୁଜ୍ରାଜନୀତିରାଜ୍ୟ

ଓଡିଶାରେ ଚେଲ୍ଲାକୁମାର ଓ ସୁର୍ଯ୍ୟେୱାଲା

ସତ୍ୟଶିଖା(ଭୁବନେଶ୍ୱର )୨୮.୧୦ .୨୦୨୧:  ଆଗକୁ ପଂଚାୟତ ନିର୍ବାଚନ  । ଆଗାମୀ ନିର୍ବାଚନ ପାଇଁ ଦଳ କିଭଳି ରଣନୀତି ପ୍ରସ୍ତୁତ କରିବ ତାହା ଅନୁଧ୍ୟାନ କରିବା ସହ ବ୍ଲୁପ୍ରିଂଟ ପ୍ରସ୍ତୁତି ପାଇଁ ଓଡ଼ିଶା ଗସ୍ତରେ ଆସିଛନ୍ତି ଏ.ଚେଲ୍ଲାକୁମାର  । ଚେଲ୍ଲାକୁମାରଙ୍କ ତିନିଦିନିଆ ଓଡ଼ିଶା ଗସ୍ତକୁ ନେଇ କଂଗ୍ରେସ ଭବନ ଚଳଚଂଚଳ ହୋଇଯାଇଛି  ।

ମିଳିଥିବା ସୂଚନାନୁଯାୟୀ, ଆଜି ସକାଳ ୯ଟାରେ ଚେଲ୍ଲାକୁମାର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଁଚିଥିଲେ  । ଚେଲ୍ଲାକୁମାରଙ୍କ ସହ କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର  ରଣଦୀପ ସୁର୍ଯ୍ୟେୱାଲା ମଧ୍ୟ ଆସିଛନ୍ତି  । ଭୁବନେଶ୍ୱର ବିମାନବନ୍ଦରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା, କଟକ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ପ୍ରମୁଖ ସେମାନଙ୍କୁ ସ୍ୱାଗତ କରିଥିଲେ  ।

ବିମାନବନ୍ଦରରୁ ସେମାନେ ହେଲିକପ୍ଟର ଯୋଗେ କଂଟାବାଞ୍ôଜ ଯାଇଛନ୍ତି  । ସେଠାରୁ କାରରେ ଝରଣି ଯାଇ ସ୍ୱର୍ଗତ ମମିତା ମେହେରଙ୍କ ପରିବାର ବର୍ଗଙ୍କୁ ଭେଟିବେ  । ଝରଣିରୁ ବାହାରି ସେ ଭୁବନେଶ୍ୱରରେ ପହଁଚିବା ପରେ ଅପରାହ୍ନ ସାଢେ଼ ୪ଟାରେ କଂଗ୍ରେସ ଭବନ ଯିବେ  । କଂଗ୍ରେସ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରିବେ  । ପରେ ହୋଟେଲ ସ୍ୱସ୍ତି ଗ୍ରାଣ୍ଡରେ ଏ.ଚେଲ୍ଲାକୁମାର ରାତ୍ରିଯାପନ କରିବେ  ।

ଅକ୍ଟୋବର ୨୯ ସକାଳେ ଚେଲ୍ଲାକୁମାର ଢେଙ୍କାନାଳ ଗସ୍ତ କରି ଜିଲ୍ଲା, ବ୍ଲକ ଓ ଗ୍ରାମଂପଚାୟତସ୍ତରୀୟ ନେତାଙ୍କ ସହ ଆଲୋଚନା କରିବେ  । ଶନିବାର ଦିନ ଚେଲ୍ଲାକୁମାରଙ୍କ କଟକ ଗସ୍ତର କାର୍ଯ୍ୟକ୍ରମ ରହିଛି  । କଟକରେ ଜିଲ୍ଲା କଂଗ୍ରେସର ପଦାଧିକାରୀ, ବ୍ଲକ ଓ ପଂଚାୟତସ୍ତରୀୟ ନେତାଙ୍କ ସହ ଚେଲ୍ଲାକୁମାର ଆଲୋଚନା କରିବେ ବୋଲି ଜଣାପଡିଛି  ।

Show More
Back to top button