ସିନେମା

ଏଥିପାଇଁ ଚିନ୍ତାରେ ଅମ୍ଳାନ, ଭିଡିଓ ଦେଖନ୍ତୁ…

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକଡାଉନ୍ ପାଇଁ ସମସ୍ତେ ଏବେ ଚିନ୍ତାରେ। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ସେଲିବ୍ରେଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଏବେ ଘରେ ରହୁଛନ୍ତି। ଆଉ ଦିନତମାମ ଘରେ ରହିବା କେତେ ଯେ କଷ୍ଟ, ତାହା ଓଲିଉଡ୍ ଅଭିନେତା ଅମ୍ଳାନ ଦାସ କହିଛନ୍ତି।

ନିକଟରେ ଇନଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରି ଅମ୍ଳାନ କହିଛନ୍ତି, “ଆମେ କଟକି ଲୋକ ଯଦି ସନ୍ଧ୍ୟାରେ ଟିକେ ଘର ବାହାରେ ବୁଲି ନ ଆସିବା ତେବେ ଭଲ ଲାଗିବନି। ଏବେ ସେଇଟା ଆଉ ମିଳୁନି, ଲକଡାଉନ୍ ପାଇଁ କେତେ ଅସୁବିଧା ହେଉଛି ମୁଁ ବୁଝି ପାରୁଛି। ମୁଁ ଯେମିତି କଷ୍ଟରେ ଅଛି ମୋ ପ୍ରଶଂସକମାନେ ମଧ୍ୟ ସେମିତି କଷ୍ଟରେ ଥିବେ। ସେମାନଙ୍କୁ ମୁଁ ବାସ୍ ଏତିକି କହିବି, ଆଉ ଅଳ୍ପ କିଛିଦିନ ଏ କଷ୍ଟ ସହି ଯାଆନ୍ତୁ।”

ଆହୁରି ପଢ଼ନ୍ତୁ

ଅମ୍ଲାନ ଆହୁରି ମଧ୍ୟ କହିଛନ୍ତି, “ଯାହା କିଛି ହେଉଛି ଆମ ଦେଶ, ରାଜ୍ୟର ଭଲ ପାଇଁ ହେଉଛି। ଏ ସମୟରେ ସରକାରଙ୍କୁ ଆମେ ସହଯୋଗ କରିବା କଥା।”

ତେବେ ଆପଣ ଯଦି ଘରେ ବସି ବିସି ବିରକ୍ତ ହେଉଛନ୍ତି, ତେବେ ଅମ୍ଲାନଙ୍କ ପରାମର୍ଶ ଆପଣଙ୍କ କାମରେ ଆସିପାରେ। ଭିଡିଓରେ ଅମ୍ଲାନ କହିଛନ୍ତି ଯେ, ଘରେ ଯଦି ବିରକ୍ତ ଲାଗୁଛି ତେବେ ବିଭିନ୍ନ ଗେମ୍ ଏବଂ ଇଣ୍ଟରନେଟରେ ବିଭିନ୍ନ ଫିଲ୍ମ ଡାଉନଲୋଡ୍ କରି ଦେଖନ୍ତୁ। ଏବେ ଯେହେତୁ ସମସ୍ତଙ୍କ ପାଖରେ ସମୟ ଅଛି, ତେଣୁ ଘର ଲୋକଙ୍କୁ ରୋଷେଇ କରିବାରେ ସାହାଯ୍ୟ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି।

ତେବେ ଅମ୍ଳାନ ନିଜେ ମଧ୍ୟ ତାଙ୍କ ସ୍ତ୍ରୀଙ୍କୁ ରୋଷେଇରେ ସାହାଯ୍ୟ କରୁଛନ୍ତି ବୋଲି ଖୁଲାସା କରିଛନ୍ତି। ଏଠାରେ କହି ରଖୁଛୁ ଯେ, ଫେବୃୟାରୀ ୮ରେ ଅମ୍ଳାନ ତାଙ୍କ ପିଲା ଦିନର ବାନ୍ଧବୀ ଭୂମିକାଙ୍କ ସହ ବିବାହ କରିଛନ୍ତି।

ସୂଚନା ଥାଉ କି, ଆମ ରାଜ୍ୟରେ ଏଯାଏ ୫ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହେବା ପରେ ଲକ୍‌ଡାଉନକୁ ଆହୁରି କଡାକଡ଼ି କରାଯାଇଛି। ବନ୍ଦ ଯୋଗୁ ରାସ୍ତା ଘାଟ ଶୂନଶାନ୍‌ ହୋଇପଡୁଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଲୋକେ ଘରୁ ବାହାରୁଛନ୍ତି। କଟକଣାକୁ ମାନିବା ସହ ସାମାଜିକ ଦୂରତା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି।



[ad_2]

Show More
Back to top button