
ସତ୍ୟଶିକ୍ଷା (ନୂଆଦିଲ୍ଲୀ) ୨୩.୦୯.୨୦୨୦ : ନାରକୋଟିକ୍ସ କଂଟ୍ରୋଲ ବ୍ୟୁରୋ (ଏନସିବି)ର ପଚରାଉଚରାରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଜୟା ଶାହା ବଡ଼ ଖୁଲାସା କରିଛନ୍ତି । ଏଜେନ୍ସିର ପଚରାଉଚରା ବେଳେ ଅଧିକାରୀମାନେ ଯେତେବେଳେ ଜୟାଙ୍କୁ ତାଙ୍କ ଚାଟ୍ ଦେଖାଇ ପ୍ରଶ୍ନ ପଚାରିଲେ ଅଭିନେତ୍ରୀ ସତ ସ୍ୱୀକାର କରିବାକୁ ବାଧ୍ୟ ହେଲେ । ସ୍ୱୀକାର କରିଛନ୍ତି ଯେ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ପାଇଁ ସେ ଡ୍ରଗ୍ସ ଯୋଗାଉ ଥିଲେ । ସେ ଶ୍ରଦ୍ଧା କପୁରଙ୍କ ପାଇଁ C.B.D ଅଏଲ ମଗାଉ ଥିଲେ । ଜୟା ସିବିଡି ଅଏଲ ଶ୍ରଦ୍ଧାଙ୍କ ପାଇଁ ଅନଲାଇନ୍ ମଗାଇ ଥିଲେ ।ଅନ୍ୟପଟେ ନମ୍ରତା ସିରୋଡକରଙ୍କ ଚାଟରେ ପ୍ରଶ୍ନ ପଚରାଯିବାରୁ ଜୟା କହିଲେ ସେହି ଚାଟ୍ ତାଙ୍କର କିନ୍ତୁ ଏ ବାବଦରେ ତାଙ୍କର କିଛି ମନେ ନାହିଁ । ଏହା ପରେ ସେ ସ୍ୱୀକାର କଲେ ଯେ ସୁଶାନ୍ତ, ରିୟା ଚକ୍ରବର୍ତୀ, ଫିଲ୍ମ ନିର୍ମାତା ମଧୁ ମାଣ୍ଟେନର ବର୍ମା ଓ ନିଜ ପାଇଁ ମଧ୍ୟ ସିବିଡି ଅଏଲ ମଗାଇ ଥିଲେ । ଏବେ ସୁଦ୍ଧା ଡ୍ରଗ୍ସ ପାଇଁ କୌଣସି ପେଡଲେରଙ୍କ ସହ ଯୋଗଯୋଗରେ ଥିବା କଥାକୁ ଖଣ୍ଡନ କରିଛନ୍ତି ଜୟା । ବଲିଉଡ ଡ୍ରଗ୍ସ କନେକସନ ତଦନ୍ତରେ ନିତିଦିନ ନୂଆ ନୂଆ ଖୁଲାସା ହେଉଛି । ବିଡ୍ ଓ ଅନ୍ୟ ଡ୍ରଗ୍ସ ପରେ ଏନସିବି ଜେରାରେ ଏବେ ନାମୀ ସେଲିବ୍ରିଟି ସିବିଡି ଅଏଲ ବ୍ୟବହାର କରୁଥିବା ଖୁଲାସା ହୋଇଛି । ତେବେ ସିବିଡି ହେଉଛି ସେହି ଡ୍ରଗ୍ ଯାହାକୁ ଭାରତରେ ବନ୍ଦ କରାଯାଇଛି ।