ଦେଶ

ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା: ଏହି ୯ ଜଣଙ୍କ ବୟାନ ରେକର୍ଡ କଲା ପୁଲିସ୍‌

ମୁମ୍ବାଇ: ମାତ୍ର ୩୪ ବର୍ଷ ବୟସରେ ବଲିଉଡର ରାଇଜିଂ ଷ୍ଟାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସସପେନ୍ସ ଜାରି ରହିଛି। ସମଗ୍ର ଭାରତ ତାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ସ୍ତବ୍ଧ ହୋଇଯାଇଛି। ସେ ଦୀର୍ଘ ୬ ମାସ ହେଲା ଡିପ୍ରେସନରେ ଥିବା କୁହାଯାଉଛି।

ତେବେ ସେ କାହିଁକି ଡିପ୍ରେସନକୁ ଗଲେ, ତା’କୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠିଛି। ଏସବୁ ଭିତରେ ଆଜି ବାନ୍ଦ୍ରା ପୁଲିସ୍‌ ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାରେ ୯ ଜଣଙ୍କ ବୟାନ ରେକର୍ଡ କରିଛି। ହେଲେ ଏବେ ବି ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ କୁହାଯାଉଥିବା ରିୟା ଚକ୍ରବର୍ତ୍ତୀଙ୍କ ବୟାନ ପୁଲିସ୍‌ ନେଇନାହିଁ। ଆତ୍ମହତ୍ୟାର କିଛି ଘଣ୍ଟା ପୂର୍ବରୁ ସୁଶାନ୍ତ ବନ୍ଧୁ ରିୟା ଓ ମହେଶ ସେଠୀଙ୍କୁ ଫୋନ କରିଥିଲେ। ତେଣୁ ଉଭୟଙ୍କ ବୟାନ ରେକର୍ଡ ଏହି ଘଟଣାର ମୁଖ୍ୟ ପ୍ରାଥମିକତା।

ଆହୁରି ପଢ଼ନ୍ତୁ

ଆଜି ପୁଲିସ୍‌ ବୟାନ ରେକର୍ଡ କରିଥିବା ୯ ଜଣଙ୍କ ମଧ୍ୟରେ କିସ୍ମିଥ ରହିଛନ୍ତି। କିସ୍ମଥ ସୁଶାନ୍ତଙ୍କ ବେଡରୁମର ଚାବି ତିଆରି କରି ଏହାକୁ ଖୋଲିଥିଲେ। ସେହିପରି ସୁଶାନ୍ତଙ୍କ ୩ ଜଣ ଭଉଣୀ, ବାପା, କ୍ରିଏଟିଭ କଣ୍ଟେଣ୍ଟ ମ୍ୟାନେଜର, ସୁଶାନ୍ତଙ୍କର ବନ୍ଧୁ, ସୁଶାନ୍ତଙ୍କ ହାଉସ କିପର ଦୀପେଶ ସାୱନ୍ତ ଓ ତାଙ୍କ ଘନିଷ୍ଠ ବନ୍ଧୁ ମହେଶ ସେଠୀ ରହିଛନ୍ତି।

ଗତକାଲି ସୁଶାନ୍ତଙ୍କ ରୋଷେୟାଙ୍କ ବୟାନ ରେକର୍ଡ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ସୁଶାନ୍ତଙ୍କ ବାପା ଓ ଉଭଣୀମାନେ ଆତ୍ମହତ୍ୟା ପାଇଁ କାହାକୁ ବି ଦାୟୀ କରିନାହାନ୍ତି। ଏବେ ପୁଲିସ ସୁଶାନ୍ତଙ୍କ ସହ ସମ୍ପର୍କ ରଖିଥିବା ବିଭିନ୍ନ ବ୍ୟବସାୟିକ ସଂଗଠନକୁ ମଧ୍ୟ ସମନ କରିବ।

ପୂର୍ବରୁ ରିୟାଙ୍କ ବୟାନ ରେକର୍ଡ କରାଯିବ ବୋଲି କୁହାଯାଉଥିଲା। ହେଲେ ଏଯାଏ ପୁଲିସ୍‌ ତାଙ୍କର ବୟାନ ରେକର୍ଡ କରି ନଥିବା ଜଣାପଡ଼ିଛି। ସେହିପରି ପୁଲିସ୍‌ ସୁଶାନ୍ତଙ୍କ ଚୂଡ଼ାନ୍ତ ପୋଷ୍ଟପୋର୍ଟମ ରିପୋର୍ଟ ମଧ୍ୟ ହସ୍ପିଟାଲକୁ ମାଗିଛି।

[ad_2]
Show More
Back to top button