

ସତ୍ୟଶିଖା(ଭୁବନେଶ୍ୱର)୨୯.୧୧.୨୦୨୨: ଶିକ୍ଷକ ପ୍ରସଙ୍ଗ ନେଇ ବାଚସ୍ପତିଙ୍କ ନିର୍ଦ୍ଦେଶ ପରେ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଉତ୍ତର । ଗଣଶିକ୍ଷା ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା । ଆନ୍ଦୋଳନ ନେଇ ସରକାର ଅବଗତ , କାଲି ସଚିବ ଆଲୋଚନା କରିଛନ୍ତି । ବିଭାଗୀୟ ସଚିବ ଦାବି ସମ୍ପର୍କରେ ଅବଗତ , ଆଲୋଚନା ଦ୍ୱାର ଖୋଲା । ଆନ୍ତଃ ବିଭାଗର ବିଷୟବସ୍ତୁ କିଛି ରହିଥିବାରୁ ଆଲୋଚନା ଚାଲିଛି । ଆଜି ମୁଖ୍ୟ ସଚିବ ବୈଠକ ଡାକିଛନ୍ତି , ସଂଘ ସହ ଆଲୋଚନା କରିବେ । ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୁଷ୍ଟ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ । ଅପରାହ୍ନ ୪ଟା ପ ର୍ଯ୍ୟନ୍ତ ଗୃହକୁ ମୁଲତବି ଘୋଷଣା କଲେ ବାଚସ୍ପତି ।