ଚିହ୍ନଟ ହେଲେ ୬୩ କରୋନା ଆକ୍ରାନ୍ତ, ୧୭ଶହ ଡେଇଁଲା ସଂଖ୍ୟା


ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ଆଉ ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮୮୭ ସୁସ୍ଥ ହୋଇ ସାରିଥିବା ବେଳେ ୭ ଜଣଙ୍କ ମୃତ୍ୟୁ ଘଟିଛି। ସେହିଭଳି ୮୨୭ଜଣ ଚିକିତ୍ସିତ ହେଉଛନ୍ତି। ଆଉ ୨ ଜଣଙ୍କର ମୃତ୍ୟ ଘଟିଥିଲେ ବି ସେମାନେ କରୋନା ଯୋଗୁ ମରି ନାହାନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ବାଲେଶ୍ୱରର ୭୨ ବର୍ଷୀୟ ବୃଦ୍ଧ ହୋଇଥିବା ବେଳେ ଆଉ ଜଣେ ଖୋର୍ଦ୍ଧାର ୪୨ ବର୍ଷୀୟ ବ୍ୟକ୍ତି।
ଆହୁରି ପଢ଼ନ୍ତୁ
୬୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରେ ଥିଲେ। ଆଉ ୨ ଜଣ ସ୍ଥାନୀୟ ଅଞ୍ଚଳର। ୧୫ଟି ଜିଲ୍ଲାରୁ ଏହି ୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୨ ଜଣ ଚିହ୍ନଟ ହୋଇଥିବା ବେଳେ ଜଗତସିଂହପୁରରୁ ୧୧, ଗଞ୍ଜାମରୁ ୪, ବାଲେଶ୍ୱର ଓ କଟକରୁ ୩ ଲେଖାଏଁ, ଢେଙ୍କାନାଳରୁ ୯, ନୟାଗଡ଼ରୁ ୭, ବଲାଙ୍ଗିରରୁ ୬ ଓ ସୁନ୍ଦରଗଡ଼ରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ପୁରୀ, ମୟୂରଭଞ୍ଜ, କୋରାପୁଟ, ସମ୍ବଲପୁର, ଝାରସୁଗୁଡ଼ା ଓ ନବରଙ୍ଗପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।






