ଦେଶବିଦେଶଶିକ୍ଷା

ରାଜ୍ୟ ସରକାରଙ୍କ ଘୋଷଣା, ଏ ବର୍ଷ ବାର୍ଷିକ ପରୀକ୍ଷା ବନ୍ଦ

ସତ୍ୟଶିଖା ୦୭/୧୨/୨୦୨୦ : ଦେଶରେ କରୋନା ଭାଇରସର ଦ୍ୱିତୀୟ ଲହରକୁ ନେଇ ଭୟ ରହିଛି । ଦୈନିକ ସଂକ୍ରମଣ କମିଥିଲେ ବି ବିପଦ ସମ୍ପୂର୍ଣ୍ଣ ଭାବେ ଟଲିନାହିଁ । ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜ ଆଦି ବନ୍ଦ ରହିଛି ।  କରୋନା ଭାଇରସ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶ ସରକାର ଆସନ୍ତା ୨୦୨୧ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ।  ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଏକ ସମୀକ୍ଷା ବୈଠକ ପରେ ଏହି ଘୋଷଣା କରିଛନ୍ତି ।

ଶିବରାଜ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କର ଚଳିତ ଶିକ୍ଷାବର୍ଷରେ ଆଉ ନିୟମିତ ପାଠପଢ଼ା ହୋଇପାରିବ ନାହିଁ । ଏବର୍ଷ ସେମାନେ ମଧ୍ୟ ବାର୍ଷିକ ପରୀକ୍ଷା ଦେବେ ନାହିଁ ।ଛାତ୍ରଚାତ୍ରୀଙ୍କୁ ସେମାନଙ୍କ ପ୍ରୋଜେକ୍ଟ ୱାର୍କ ମୂଲ୍ୟାୟନ ଆଧରରେ  ନମ୍ବର ମିଳିବ । ସେହିଭଳି ୯ମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ନିୟମିତ ସ୍କୁଲ ଆସିବେ ନାହିଁ । ସେମାନେ ସପ୍ତାହକୁ ଥରେ କିମ୍ବା ଦୁଇଥର ସ୍କୁଲକୁ ଆସିବେ । ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ଠାରୁ ସେମାନେ ପାଠ ସମ୍ପର୍କରେ ପଚାରି ବୁଝିପାରିବେ ଓ କୌଣସି ଡାଉଟ୍ ଥିଲେ ଫୋନ୍ କିମ୍ବା ଅନଲାଇନରେ ଜଣାଇବେ । କିନ୍ତୁ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ବୋର୍ଡ ପରୀକ୍ଷା ହେବାକୁ ଥିବାରୁ ଏହି ଦୁଇଶ୍ରେଣୀର ଛାତ୍ରଛାତ୍ରୀ ସ୍କୁଲକୁ ଆସିବେ । ଖୁବଶୀଘ୍ର ସେମାନଙ୍କର ନିୟମିତ ପାଠପଢ଼ା ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସ୍କୁଲରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କ ପାଇଁ ମାସ୍କ  ଓ ସାମାଜିକ ଦୂରତା  ବାଧ୍ୟତାମୂଳକ କରାଯାଇଛି ।ସୂଚନାଯୋଗ୍ୟ, ଆସନ୍ତା ବର୍ଷ ଏପ୍ରିଲ ୧ ତାରିଖରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ହେବ । ତେବେ ସ୍କୁଲ ଫି ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ, ଯେତେଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ ସେହିଦିନ ପର୍ଯ୍ୟନ୍ତ ଘରୋଇ ସ୍କୁଲମାନେ କେବଳ ଟ୍ୟୁସନ ଫି ନେବେ । ଏହା ବ୍ୟତୀତ ଅନ୍ୟ କୌଣସି ଫି ଘରୋଇ ସ୍କୁଲମାନେ ଆଦାୟ କରିପାରିବେ ନାହିଁ । ଏହି ନିଷ୍ପତ୍ତି କଡାକଡି ଭାବେ ପାଳନ ପାଇଁ ସେ  ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Show More
Back to top button