ଘରୋଇ ସ୍କୁଲ ପର୍ଯ୍ୟାୟ କ୍ରମେ ଖୋଲିବ

ସତ୍ୟଶିଖା (ଭୁବନେଶ୍ୱର) ୦୪/୦୧/୨୦୨୧ : ଖୋଲିବ ଘରୋଇ ସ୍କୁଲ । ଏ ନେଇ କନଫଡେରେସନ ଅଫ୍ ଓଡିଶା ପବ୍ଳିକ ସ୍କୁଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇଛି । ରାଜ୍ୟ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି । କିନ୍ତୁ ଅନ୍ୟ କ୍ଳାସ ନଖୋଲିବାକୁ ବିରୋଧ କରିଛନ୍ତି । ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ଖୋଲିଲାଣି । ଶିକ୍ଷା ମନ୍ଦିର ଖୋଲିବାର ଆବଶ୍ୟକତା ରହିଛି । ସଂପୂର୍ଣ୍ଣ ସ୍କୁଲ ଖୋଲିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ରଖିଛନ୍ତି । ସ୍କୁଲ ଆସିବା ପାଇଁ ଆବଶ୍ୟକ ଥିବା ସମସ୍ତ କରୋନା ନିୟମ ମାନିବାକୁ ପ୍ରସ୍ତୁତ ଅଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ଦୁଇଟି କ୍ଳାସ ନୁହେଁ ନବମ, ଦଶମ, ଏକାଦଶ ଏବଂ ଦ୍ବାଦଶ ଶ୍ରେଣୀ ଖୋଲିବା ପାଇଁ ଦାବି କରାଯାଇଛି ।ଅଧିକ ପିଲା ଥିଲେ ଦୁଇଟି ସେକ୍ସନରେ କ୍ଳାସ କରିବା ପାଇଁ ପ୍ରସ୍ତୁତ ସ୍କୁଲ କର୍ତ୍ତୃପକ୍ଷ । କାରଣ ପିଲାମାନଙ୍କୁ ଫିଜିକାଲ କ୍ଳାସ କରିବାର ଆବଶ୍ୟକତା ରହିଛି । ଅନ୍ୟ ରାଜ୍ୟରେ ସ୍କୁଲ ଫି ରିହାତି ନେଇ କୌଣସି ରାଜ୍ୟର ହାଇକୋର୍ଟ ନିର୍ଦ୍ଦେଶ ଦେଇନାହାନ୍ତି । ମଧ୍ୟପ୍ରଦେଶ, ଛତିଶଗଡ଼, ପଞ୍ଜାବ, ହରିଆନା ହାଇକୋର୍ଟ ମନାକରିଛନ୍ତି । ଫି ନଦେଲେ ଶିକ୍ଷକ ଏବଂ କର୍ମଚାରୀ ମାନଙ୍କୁ ଦରମା ଦେବା ଅସମ୍ଭବ ହେବ । ଅଭିଭାବକ ମାନେ ୧୦ ପ୍ରତିଶତ ରିହାତିରେ ଫି ଦାଖଲ କରିବାକୁ ନିବେଦନ । ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାକୁ ହେଲେ ଫି ଦେବାକୁ ପଡିବ । ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷ ଆଲୋଚନାରେ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।
ଫେବୃୟାରୀ ମାସରୁ ସ୍ବାଭାବିକ ଭାବରେ ସ୍କୁଲ ଖୋଲିବ । ଜାନୁଆରୀ ୮ରୁ ଦଶମ ଓ ଦ୍ବାଦଶ, ୧୪ ରୁ ନବମ ଓ ଏକାଦଶ ଖୋଲିବ । ଫେବୃଆରୀ ୧ ତାରିଖରୁ କେଜିରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବାକୁ ଘୋଷଣା କଲା ଘରୋଇ ସ୍କୁଲ ସଂଘ। ଫେବୃଆରୀ ରେ ବି ପରୀକ୍ଷା ହେବ । ୯୦ ପ୍ରତିଶତ ସିଲାବସ ପଢିସାରିଲେଣି ପିଲା। ୭୦ ମାର୍କ ପରୀକ୍ଷା ହେବ । ୩୦ ମାର୍କ ଗ୍ରେସ ମିଳିବ । କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ଛାତ୍ରଛାତ୍ରୀ ଫେଲ ହେବେନାହିଁ ।