

ସତ୍ୟଶିଖା(ଭୁବନେଶ୍ୱର) ୨୨.୧୧.୨୦୨୧: ଆଜିଠୁ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ରନ୍ଧନ ଗ୍ୟାସ ସିଲିଣ୍ଡର ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ କରିବ ଦଳ । ୩ ଦିନ ଧରି ସାରା ରାଜ୍ୟରେ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ଘେରାଉ କରିବ ମହିଳା, ଛାତ୍ର ଓ ଯୁବ ବିଜେଡି। ଆଜି କଟକ, ୨୩ରେ ସମ୍ବଲପୁର ଓ ୨୪ରେ ବ୍ରହ୍ମପୁର ଆର୍ଡିସି ସମ୍ମୁଖରେ ଧାରଣା ଦିଆଯିବ। ଏହାପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ପୂର୍ବରୁ ତୈଳଦର ଓ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ନେଇ ରାଜରାସ୍ତାକୁ ଓହ୍ଲାଇଥିଲ ବିଜେଡି। ପରେ କେନ୍ଦ୍ର ସରକାର ତୈଳଦର ଉପରୁ ଜିଏସଟି କମାଇଥିଲେ। ଏବେ ଘରୋଇ ଏଲପିଜି ସିଲିଣ୍ଡର ଦର ହଜାରେ ମୁହାଁ । ଦର ନକମାଇବା ପର୍ଯ୍ୟନ୍ତ ଜନ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଦଳ। ୭ ବର୍ଷରେ ଗ୍ୟାସ ଦାମ୍ ୩ ଗୁଣା ବଢିଥିବା ବିଜେଡି ଅଭିଯୋଗ କରିଛି।