

ସତ୍ୟଶିଖା( ପୁରୀ )୦୨ .୦୭ . ୨୦୨୨: ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧା ମୂର୍ତ୍ତି । ଗତକାଲିଠୁ ଶରଧା ବାଲିରେ ପହଞ୍ଚିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି । ଆଜି ଆଡ଼ପ ମଣ୍ଡପ ବିଜେ କରିବେ ଶ୍ରୀଜୀଉ ।
ଗତକାଲି ରଥ ଟାଣିବାର ସୁଯୋଗ ପାଇନଥିବା ଭକ୍ତମାନେ ଆଜି ରଥାରୁଢ଼ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି । ଶ୍ରୀଜିଉମାନେ ରଥାରୁଢ଼ ଥିବାରୁ ଶ୍ରଦ୍ଧାଳୁଙ୍କୁ ରଥ ଛୁଇଁବାକୁ ଅନୁମତି ଦିଆଯାଉନାହିଁ । ଦୀର୍ଘ ଦୁଇ ବର୍ଷ ପରେ ପ୍ରତ୍ୟକ୍ଷ ଭାବେ ଭକ୍ତମାନେ ରଥଯାତ୍ରାରେ ସାମିଲ ହେବାର ସୁଯୋଗ ପାଇ ବେଶ୍ ଖୁସି ଅଛନ୍ତି।