

ସତ୍ୟଶିଖା (କେନ୍ଦୁଝର) ୨୪/୧୧/୨୦୨୦ : କେନ୍ଦୁଝରରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ୨ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ଓ ୧୦ ହଜାର ଟଙ୍କାର ଜରିମାନା । ତେବେ ଯଦି ଜରିମାନା ଦେଇ ନପାରିଲେ ଆଉ ଏକ ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡିବ । ଏଥିସହ ପୀଡିତାଙ୍କୁ ୨ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପ୍ରମାଣ ଅଭାବରୁ ଅନ୍ୟ ୩ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି । ଆଜୀବନ କାରାଦଣ୍ଡ ପାଇ ଥିବା ୨ ଜଣ ହଲେ ଶ୍ରୀବାସ୍ତବ ଲୋହାର ଓ ଦୁମ୍ଭୀ ମୁଣ୍ଡା ।
ଖବର ଅନୁଯାୟୀ, ୨୦୧୯ ଜୁନ ୨୪ ରାତିରେ ଯୋଡ଼ା ଥାନା ଅଞ୍ଚଳର ଏକ ବସ୍ତିରୁ ଜଣେ ନାବାଳିକା ଘରୁ ଚାଲି ଆସିଥିଲା । ନାବାଳିକାଙ୍କୁ ଶ୍ରୀବାସ୍ତବ ଲୋହାର ଲକ୍ଷ୍ମୀ ପଡ଼ିଆକୁ ନେଇଯାଇଥିଲା । ସେଠାରେ ତାର ଅନ୍ୟ ସାଥୀମାନେ ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଗୁରୁତର ଅବସ୍ଥାରେ ଫୋପାଡ଼ି ଚାଲିଯାଇଥିଲେ । ପରିବାର ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିବା ସହ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଏବେ ଏହି ମାମଲାର ରାୟ ପ୍ରକାଶ ପାଇଛି । ମାମଲାରେ ୨ଜଣଙ୍କୁ ଆଜୀବନ କାରଦଣ୍ଡାଦେଶ ଓ ୧୦ ହଜାର ଟଙ୍କାର ଜରିମାନା ଦେଲେ କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟ ।