

ସତ୍ୟଶିଖା (ବଲାଙ୍ଗିର: ) ୦୩ /୦୯ /୨୦୨୧: ବଲାଙ୍ଗିର ଜିଲ୍ଲାରେ ପୁଣି ଚାଷୀ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ପଞ୍ଚାୟତର କାଦୋବେଡା ଗାଁରେ । ୬୦ ବର୍ଷୀୟ ରିଚେକ ବନଛୋର ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ଚାଷୀ ରିଚେକ୍ ବନଛୋର ଜଣେ ଭାଗଚାଷୀ । ଧାର କରଜ କରି ଉଭୟ ଧାନ ଓ କପା ଚାଷ କରିଥିଲେ ।
ବର୍ଷା ଅଭାବରୁ ଚିନ୍ତାରେ ଥିଲେ । ମହାଜନଠାରୁ ଉଭୟ କପା ମଞ୍ଜି, ସାର , କିଟନାଶକ ଉଧାର ଆଣିଥିଲେ। କେମିତି ମହାଜନକୁ ସୁଝିବେ ସେନେଇ ଚିନ୍ତାରେ ଥିଲେ। କିନ୍ତୁ ବର୍ଷା ଅଭାବ ଯୋଗୁଁ ବିଷ ପିଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । ଗତକାଲି ରାତିରେ ରିଚେକ୍ ବନଛୋର ଆତ୍ମହତ୍ୟା କରିଛନ୍ତି ।