ନ୍ୟୁଜ୍

ଭୂକମ୍ପ ପ୍ରଭାବିତ ନେପାଳକୁ ସହାୟତାର ହାତ ଭାରତ ବଢାଇଲା

ସତ୍ୟଶିଖା (ଭୁବନେଶ୍ୱର )୦୬.୧୧.୨୦୨୩ : ଭୂକମ୍ପ ପ୍ରଭାବିତ ନେପାଳକୁ ଭାରତ ବଢାଇଲା ସହାୟତାର ହାତ । ବାୟୁସେନାର ବିମାନ ଯୋଗେ ନେପାଳକୁ ପଠା ଯାଇଛି ଜରୁରୀ ସାମଗ୍ରୀ । ସି-୧୩୦ ବିମାନ ଯୋଗେ କାଠମାଣ୍ଡୁକୁ ୧୧ ଟନର ସାମଗ୍ରୀ ପଠାଇଛି ଭାରତ । ଏଥିରେ ମେଡିକାଲ ସାମଗ୍ରୀ ଓ ଖାଦ୍ୟ ସାମଗ୍ରୀ ରହିଛି । ଏନେଇ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଟ୍ବିଟ୍‌ କରିବା ସହ ଭାରତର ପଡ଼ୋଶୀ ପ୍ରଥମ ନୀତିର ଉଦାହରଣ ଦେଇଛନ୍ତି । ଶୁକ୍ରବାର ଉତ୍ତର-ପଶ୍ଚିମ ନେପାଳରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୪ ରହିଥିଲା ।

ଭୂକମ୍ପରେ ଏବେ ସୁଦ୍ଧା ପ୍ରାୟ 150ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଶହ ଶହ ଘର ଭାଙ୍ଗି ଯାଇଥିବା ବେଳେ ହଜାରରୁ ଅଧିକ ଲୋକ ବାସହରା ହୋଇଛନ୍ତି । ହଜାରରୁ ଅଧିକ ଲୋକଙ୍କୁ ଅସ୍ଥାୟୀ କ୍ୟାମ୍ପରେ ଥଇଥାନ କରାଯାଇଛି ।

Show More
Back to top button