ରାଶିଫଳ

ଶୁକ୍ରବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ l

ସତ୍ୟଶିଖା ( ଶୁକ୍ରବାର ) ୨୧ . ୦୮.୨୦୨୦ :

ମେଷ – ବକ୍ରୀ ଶନି ଉତ୍ତରାଷାଢା ନକ୍ଷତ୍ରରେ ଥିବାରୁ ପ୍ରତ୍ୟେକ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବେ । ନିଜ ଲୋକମାନେ ଦାଉ ସାଜିବେ । ଶୁଭ ରଙ୍ଗ ଧଳା । ଶୁଭ ଅଙ୍କ ୩ ।

ବୃଷ – ରବି ସହ ଚନ୍ଦ୍ର ଚତୁର୍ଥଭାବସ୍ଥl  ଥିବାଯୋଗୁ ପାଖ ପଡୋଶି, ବନ୍ଧୁ ପରିଜନମାନଙ୍କୁ ସାହାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ପ୍ରତୀକ୍ଷିତ ଖବର ପାଇ କୁସି ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୮ ।

ମିଥୁନ – ବୃହସ୍ପତି ପୂର୍ବାଷାଢା ନକ୍ଷତ୍ରସ୍ଥ ହେତୁ ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ଓ ଆନୁଷ୍ଠଙ୍ଗିକ ସାହାର୍ଯ୍ୟ ଯୋଗ ମଧ୍ୟ ପାଇବେ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୧ ।

କର୍କଟ – ପୂର୍ବାଫାଲ୍ଗୁନୀ ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଦୀର୍ଘ ଦିନର ଆଶା ଫଳବତୀ ହେବ । ବନ୍ଧୁଙ୍କ ନିକଟରୁ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୪ ।

ସିଂହ – ଶୁକ୍ର ଦେବଗୁରୁଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରେ ଥିବାରୁ କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟେ ନୀତିରେ କାମ କଲେ ଉପକୃତ ହେବେ । ଶୁଭ ରଙ୍ଗ ୟେଲୋ । ଶୁଭ ଅଙ୍କ ୬ ।

କନ୍ୟା – ଦ୍ୱିତୀୟ ସ୍ଥାନ ପ୍ରତି ମଙ୍ଗଳଙ୍କ ବିଷମ ଦୃଷ୍ଟି ହେତୁ ଆପଣଙ୍କ କଠୋର ବାକ୍ୟାଳାପ ସମସ୍ୟା ସୃଷ୍ଟି କରିବ । ପ୍ରତ୍ୟେକ କ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି । ଶୁଭ ରଙ୍ଗ କ୍ରୀମ୍ । ଶୁଭ ଅଙ୍କ ୧ ।

ତୁଳା – ଏକାଦଶସ୍ଥ ତିନୋଟି ଗ୍ରହ ଆପଣଙ୍କ ଯାତ୍ରାରେ କାର୍ଯ୍ୟ ସିଦ୍ଧି, ଅର୍ଥ ଲାଭ ସହ ଅଭିଳାଷ ପୂରଣ କରିବେ । କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୭ ।

ବିଛା – ଆଜିର ଗ୍ରହମାନଙ୍କ ଅପୂର୍ବସଂଯୋଗ ଉଚ୍ଚସମ୍ମାନ, କାର୍ଯ୍ୟ ସିଦ୍ଧି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ମିଳିବ । ଭଲ ସମ୍ପର୍କ ରହିଥିବା ବନ୍ଧୁଟିର କାର୍ଯ୍ୟକଳାପ ସନ୍ଦେହଜନକ ମନେ ହେବ । ଶୁଭ ରଙ୍ଗ ପିଚ୍ । ଶୁଭ ଅଙ୍କ ୯ ।

ଧନୁ – ଲକ୍ଷ୍ମୀସ୍ଥାନରେ ନିକ ରାଶିରେ ମଙ୍ଗଳ ଗୃହ, ଜମି, ଯାନ୍ତ୍ରିକ ଜିନିଷ ପ୍ରାପ୍ତିର ସୂଚନା ଦେଉଛି । କିନ୍ତୁ ମୂଳା ନକ୍ଷତ୍ର ସକାଶେ କୌଣସି ଅତୀତ ଘଟଣାକୁ ନେଇ ମାନସିକ ଅବସାଦ ବୃଦ୍ଧି ପାଇବ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୩ ।

ମକର – ନିଜର ଦୃଢତା ସାଙ୍ଗକୁ ପରିବାରର ସମର୍ଥନ ଦୃଢ ନିଷ୍ପତ୍ତି ନେବାରେ ସହାୟକ ହେବ । ପରିଜନଙ୍କ ସହିତ ଆକସ୍ମିକ ଭାବରେ ଭ୍ରମଣ ସୁଯୋଗ ଜୁଟିପାରେ । ଶୁଭ ରଙ୍ଗ ନୀଳ । ଶୁଭ ଅଙ୍କ ୫ ।

କୁମ୍ଭ – ଷଷ୍ଠାଧିପ ଚନ୍ଦ୍ର ସପ୍ତମସ୍ଥ ପରିବାରରେ ମନାନ୍ତର ସୃଷ୍ଟି କରିବ । କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୮ ।

ମୀନ – ମୁଖଭାବସ୍ଥ ମଙ୍ଗଳଜନିତ ଅପ୍ରିୟ ସତ୍ୟ କହି ବିବାଦକୁ ନିମନ୍ତ୍ରଣ କରିପାରନ୍ତି । କର୍ମକ୍ଷେତ୍ରରେ ମନ କଥା ମନରେ ରଖି କୂଟନୀତ ବଳରେ କାର୍ଯ୍ୟ ସାଧନ କରିପାରିବେ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୩ ।

 

Show More
Back to top button