ଅନ୍ୟାନ୍ୟନ୍ୟୁଜ୍ପର୍ଯ୍ୟଟନରାଜ୍ୟସ୍ପେଶାଲ୍ ରିପୋର୍ଟ

ଆସନ୍ତା ୧୯ରୁ ଭିତରକନିକାରେ ଦିନ ବେଳା

ସତ୍ୟଶିଖା (ପଟ୍ଟାମୁଣ୍ଡାଇ) ୧୭/୧୦/୨୦୨୦ : ଆସନ୍ତା ୧୯ତାରିଖଠାରୁ ବିଶ୍ବ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟକୁ ପର୍ଯ୍ୟଟକମାନେ ଦିନ ବେଳା ବୁଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହି ସମୟରେ ଉଭୟ ପର୍ଯ୍ୟଟକ, ବନ କର୍ମଚାରୀ, ବୋଟ ଚାଳକମାନେ କୋଭିଡ୍ କଟକଣା ମାନିବା ସହିତ ଜାତୀୟ ଉଦ୍ୟାନର ସୁରକ୍ଷା ପ୍ରତି ଯତ୍ନ ଦେବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ସରକାର । ତେବେ ଦୀର୍ଘ ୭ ମାସ ପରେ ବନ୍ଦ ଥିବା ଭିତରକନିକାରେ ଗତ ୧ ତାରିଖଠାରୁ ମାତ୍ର ୩୬ ଜଣ ପର୍ଯ୍ୟଟକ ଏବଂ ରାତ୍ରୀ ଯାପନ କରିବାକୁ ଆସୁଥିବା ପର୍ଯ୍ୟଟକମାନେ ବୁଲିପାରିବେ ବୋଲି ନିର୍ଦ୍ଦେଶ ଜାରି କରାଯାଇଥିଲା । ଯାହା ଦ୍ବାରା ଦିନ ବେଳା ଆସିବାକୁ ଚାହୁଁଥିବା ପର୍ଯ୍ୟଟକମାନେ ନିରାଶ ହୋଇଥିଲେ । ତେବେ ଆସନ୍ତା ୧୯ତାରିଖରେ ଏହି ନିୟମ ପରିବର୍ତ୍ତନ କରାଯିବା ସହିତ ସର୍ବାଧିର ୫ଶହ ଯାତ୍ରୀ ପ୍ରବେଶ କରିପାରିବେ ବୋଲି ଆଉ ଥରେ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Show More
Back to top button