ଦୁର୍ଘଟଣାଦେଶରାଜ୍ୟ

୧ କୋଟି ଟଙ୍କାରୁ ଅଧିକ ଟଙ୍କାର ସୁନା ଚୋରୀ ନେଇ ଅଭିଯୋଗ

ସତ୍ୟଶିଖା : ୧୯.୧୨.୨୦୨୦ : ତାମିଲନାଡୁର ସିବିଆଇ ଅଫିସରୁ ୪୫ କୋଟି ଟଙ୍କାର ସୁନା ଚୋରୀ ମାମଲା ଥଣ୍ଡା ପଡିନଥିବା ବେଳେ ଏବେ ଗୁଜୁରାଟର ଜାମନଗରରେ ଥିବା କଷ୍ଟମ କାର୍ଯ୍ୟାଳୟରୁ ୧ କୋଟି ୧୦ ଲକ୍ଷ ଟଙ୍କାର ସୁନା ଚୋରୀ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗ ଆସିବା ପରେ ପୋଲିସ କଷ୍ଟମ କାର୍ଯ୍ୟାଳୟର କିଛି କର୍ମଚାରୀଙ୍କ ନାମରେ ମାମଲା ରୁଜୁ କରିଛି ।

ଜାମନଗର ଡିଭିଜନ ର ପୋଲିସ ଅଧିକାରୀ କହିଛନ୍ତି କି ଏହି ସୁନା ଭୂଜ କଷ୍ଟମ ବଭାଗର ଥିଲା । ଯାହାକି ୨୦୦୧ ମସିହାରେ ହୋଇଥିବା ଭୂକମ୍ପ ପରେ ଜାମନଗର କାର୍ଯ୍ୟାଳୟରେ ରଖା ଯାଇଥିଲା । ଏବେ ଯେତେବେଳେ ଭୂଜ କଷ୍ଟମ ବିଭାଗ ସୂୁନା ନେବାକୁ ପହଂଚିଥିଲା ସେତେବେଳେ ଜଣାପଡିଥିଲା କି ୧ କୋଟି ୧୦ ଲକ୍ଷ ଟଙ୍କାର ୨.୧୫୬.୭୨୨ ଗ୍ରାମ ସୁନା କୁଆଡେ ଉଭାନ ହୋଇ ଯାଇଛି ।ପୋଲିସ ଅଧିକାରୀଙ୍କ କହିବା ମୁତାବକ ୨୦୦୧ ମସିହାରେ ହୋଇଥିବା ଭୂକମ୍ପରେ ଭୁଜ କଷ୍ଟମ ବିଭାଗର କୋଠା ଭାଙ୍ଗିପଡିବାରୁ ୩.୧୪୯.୩୯୮ ଗ୍ରାମର ଜବତ୍ ସୁନାକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ନିଷ୍ପତ୍ତି ହୋଇଥିଲା । ଏହି ସମୟରେ ସୁନାକୁ ସୁରକ୍ଷିତ ଭାବେ ରଖିବାର ଦାୟିତ୍ୱ ଜାମନଗର କଷ୍ଟମ ବିଭାଗକୁ ଦିଆଯାଇଥିଲା । ୨୦୧୬ ମସିହରେ ଭୁଜ କଷ୍ଟମ କାର୍ଯ୍ୟାଳୟ ପୁନନିର୍ମାଣ ସରିବା ପରେ ଜାମନଗର କାର୍ଯ୍ୟାଳୟରେ ଥିବା ସୁନା ନେବାକୁ ସେମାନେ ଜାମନଗର କାର୍ଯ୍ୟାଳୟରେ ପହଂଚିଥିଲେ । ସେଠାରୁ ସେମାନେ ଯେଉଁ ସୁଟକେସରେ ସୁନା ଦେଇଥିଲେ ସେହି ସୁଟକେସ୍ ନେବା ବେଳେ ସୁଟକେସର ଚାବି ମାଗିଥିଲେ । ହେଲେ ସେତେବେଳେ ଜଣାପଡିଥିଲା କି ସୁଟକେସ୍ ର ଚାବି ହଜି ଯାଇଛି । ଏହା ପରେ ସୁଟକେସ୍ ର ତାଲା ଭାଙ୍ଗାଗଲା । ଏହା ପରେ ଭୂଜ କଷ୍ଟମ ବିଭାଗ ତରଫରୁ ସୁନାର ଯାଂଚ କରାଯାଇଥିଲା । ସେତେବେଳେ ଜଣାପଡିଥିଲା କି ୨.୧୫୬.୭୨୨ ସୁନା କମ୍ ରହିଛି ।

କହିରଖୁ କି ୨୦୧୨ ମସିହାରେ ସିବିଆଇର ଏକ ଟିମ୍ ଚେନ୍ନାଇ କର୍ପୋରେସନ ଲିମିଟେଡ ଦପ୍ତରରେ ଚଢାଉ କରି ୪୦୦.୫ କିଲୋଗ୍ରାମ ସୁନା ଜବତ୍ କରିଥିଲା । ଜବତ ହୋଇଥିବା ସୁନାକୁ ସିଲ୍ କରି ସିବିଆଇ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖା ଯାଇଥିଲା । ହେଲେ ଏବେ ଜଣାପଡିଛି କି ଜବତ ହୋଇଥିବା ସୁନ।।ର ୧୦୩ କେଜି ସୁନା ଗାଏବ ହୋଇଯାଇଛି ।

Show More
Back to top button